Latest Odisha News

BREAKING NEWS

ହସ୍ତକଳା କ୍ଷେତ୍ରରେ ନୂତନ ଡିଜାଇନ ଓ ବିପଣନ ସମ୍ପର୍କିତ ଦିନିକିଆ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ନ୍ୟାସନାଲ ଡିଜାଇନ ସେଣ୍ଟର ଓ ବିକାଶ ଆୟୁକ୍ତ ଏବଂ ଭୁବନେଶ୍ୱର ସ୍ଥିତ ହ୍ୟାଣ୍ଡିକ୍ରାଫ୍ଟ ସର୍ଭିସ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ହସ୍ତକଳା କ୍ଷେତ୍ରରେ ନୂତନ ଡିଜାଇନ ଓ ବିପଣନ ସମ୍ପର୍କିତ ଏକ ଦିନିକିଆ କର୍ମଶାଳା ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାକୁ ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ସାହୁ ଉଦ୍ଘାଟନ କରିଥିଲେ । ରାଜ୍ୟରେ ଥିବା ଆଠ ଲକ୍ଷରୁ ଉର୍ଦ୍ଧ ହସ୍ତଶିଳ୍ପୀ ଓ ବୁଣାକାର କାରିଗରୀକୁ ପାଥେୟ କରି ନିଜର ଜିବୀକା ନିର୍ବାହ କରୁଛନ୍ତି । ବଜାର ଚାହିଦା ଅନୁସାରେ କଳାକୃତି ପ୍ରସ୍ତୁତ କରିବା ସହ ଉଭୟ ସୁନ୍ଦରତା ଓ ବ୍ୟବହାରିକତାକୁ ଧ୍ୟାନ ଦେଲେ ଆମ କାରିଗରଙ୍କ ରୋଜଗାର ବହୁଗୁଣରେ ବୃଦ୍ଧି ପାଇ ପାରନ୍ତା ବୋଲି ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ।

ଏହି କର୍ମଶାଳାର ଅନ୍ୟତମ ଅତିଥି ଭାବରେ ଓଡ଼ିଶା ଶିଳ୍ପୀ ମହାସଙ୍ଘର ସଭାପତି ଉଦୟ ମହାନ୍ତି, ସମ୍ପାଦକ ପ୍ରିୟରଞ୍ଜନ କର, ହ୍ୟାଣ୍ଡିକ୍ରାଫ୍ଟ ସର୍ଭିସ ସେଣ୍ଟରର ସହ ନିର୍ଦ୍ଦେଶକ ଏ କେ ହୋତା, ଓାର୍ଲଡ ଆକ୍ଟ ସ୍ୱେଚ୍ଛାସେବୀ ସଙ୍ଗଠନର ସମ୍ପାଦକ ବିପିନ ବିହାରୀ ସାହୁ ଓ ବିଶିଷ୍ଟ ହସ୍ତକଳା ଗବେଷକ ଦେବୀ ପ୍ରସନ୍ନ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଏହି କର୍ମଶାଳାର ପ୍ରଶିକ୍ଷକ ଭାବେ କମଳେଶ ମିଶ୍ର, ଡିଜାଇନର ପଦ୍ମଚରଣ ମାଝୀ, ଗବେଷିକା ସିନ୍ଧୁ ବ୍ରାଉନ ଓ ବିଷ୍ଣୁ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ଏଥିରେ ପୁରୀ, ସାକ୍ଷୀଗୋପାଳ, ବାଲିପାଟଣା, ଚନ୍ଦନପୁର, ଟାଙ୍ଗି ଆଦି ବିଭିନ୍ନ ସ୍ଥାନରୁ ଶହେରୁ ଉର୍ଦ୍ଧ ମହିଳା ଓ ପୁରୁଷ କାରିଗର ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ସୂଚନା ଥାଉକି, ଏହି କର୍ମଶାଳା ଅନୁସୂଚିତ ଜାତିର ମହିଳା କାରିଗରଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ।

Leave A Reply

Your email address will not be published.