ଭୁବନେଶ୍ବର : ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ଲେଖକ ଲଳିତ ମୋହନ ମିଶ୍ରଙ୍କର ନୀତିବାଣୀ ପୁସ୍ତକ ‘ଅମୃତ ଗଣ୍ଠିଲି’ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଜୀବନକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ ଦେବାଶିଷ ମହାପାତ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଗାଳ୍ପିକ ସୁରେଶ ଛୋଟରାୟ ବିଶିଷ୍ଟ ଅତିଥି, ବିଶିଷ୍ଟ କବି ଅଲେଖ ନନ୍ଦୀ ସମ୍ମାନିତ ଅତିଥି, ବିଶିଷ୍ଟ ଗାଳ୍ପିକ ରମେଶ ପଟ୍ଟନାୟକ ମୁଖ୍ୟବକ୍ତା ଏବଂ ସୁପ୍ରିୟା ପଣ୍ଡା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ। ସରଳ ତଥା ବୋଧଗମ୍ୟ ଭାଷାର ବ୍ୟବହାର ସହ ମାନବିକ ମୂଲ୍ୟବୋଧ ଏବଂ ଭଗବତ ଚେତନାରେ ସମୃଦ୍ଧ ସମୁଦାୟ ଶହେଟି କ୍ଷୁଦ୍ରଗଳ୍ପର ସମାହାର ଏହି ପୁସ୍ତକଟି ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମଧ୍ଯ ଆକୃଷ୍ଟ କରିବ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ
ଏଥେନା ବୁକ୍ସର ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସଙ୍କ ପରିକଳ୍ପନାରେ ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ମିଶ୍ର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ଏବଂ ଲେଖିକା ପ୍ରଣତି ଆଚାର୍ଯ୍ୟ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.