Latest Odisha News

BREAKING NEWS

ରାଗ ଖାଇଲେ ଆଖିରେ ଲୁହ ଆସେ କାହିଁକି ! ଜାଣନ୍ତୁ ଏହା ପଛର କାରଣ କ’ଣ ?

ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ବିଶେଷ କରି ରାଗ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାଆନ୍ତି । ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ ଲଙ୍କା ଖାଇବାରେ ମଧ୍ୟ ନିର୍ଦ୍ଦିଷ୍ଟ ସୀମା ଥାଏ । ତେବେ କୌଣସି ବ୍ୟକ୍ତିଙ୍କୁ ଯଦି ଅଧିକ ରାଗଯୁକ୍ତ ଖାଦ୍ୟ ଖାଇବା ପାଇଁ ଦିଆଯାଏ ତେବେ ସେହି ବ୍ୟକ୍ତିର ଅବସ୍ଥା କଣ ହେବ ତାହା ଆମେ କଳ୍ପନା ହିଁ କରି ପାରିବା । ଅଧିକ ଲଙ୍କା ପଡ଼ିଥିବା ଖାଦ୍ୟ ଖାଇଲେ ମୁହଁ ଜଳିବା ଆରମ୍ଭ କରିଥାଏ, ଆଖି ଏବଂ ନାକରୁ ପାଣି ବାହାରିବା ଆରମ୍ଭ ହୋଇଥାଏ । କିଛି ସମୟ ପାଇଁ ସେହି ବ୍ୟକ୍ତିର ଅବସ୍ଥା ଖରାପ ହୋଇଯାଏ । କିନ୍ତୁ ରାଗ ଖାଇବା ପରେ ଏପରି ଅବସ୍ଥା କାହିଁକି ହୋଇଥାଏ । ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ ।

ଚଟପଟା ଖାଦ୍ୟ ପାଇଁ ଲଙ୍କା ସହ ଅନ୍ୟ ମସଲା ମଧ୍ୟ ମିଶା ଯାଇଥାଏ । ଏହାକୁ ଖାଇବା ପରେ ପାଟି ଜଳିବା ସହ କାନ ମଧ୍ୟ ଜଳିବାକୁ ଲାଗିଥାଏ । ତେବେ ଲଙ୍କା ଗଛରେ କ୍ୟାପ୍ସିଅସନ ନାମକ ଏକ କ୍ୟାମିକାଲ ରହିଥାଏ । ଏହା ପ୍ରତ୍ୟେକ ମସଲାରେ କିଛି ମାତ୍ରାରେ ରହିଥାଏ । ଯାହାଦ୍ୱାରା ଜିଭ, କାନ ଏବଂ ନାକ ଜଳିବା ଆରମ୍ଭ କରେ । ଫଳରେ ଆଖିରେ ଲୁହ ଆସିଥାଏ ।

ମସଲାଯୁକ୍ତ ଖାଦ୍ୟରେ କ୍ୟାପ୍ସିଅସନ ଥିବା ଯୋଗୁଁ ପାଟିରେ ଲାଳ ବାହାରିବା ଆରମ୍ଭ କରିଥାଏ । ପରେ ଆମ ଆଖିରୁ ଲୁହ ଆସିଥାଏ  । ଏହି ମସଲା ଖାଇବା ଖରାପ ନୁହେଁ । ଏହା ମେଟାବୋଲିଜିୟମକୁ ବଢାଇଥାଏ ଏବଂ ଆଖି ଓ ନାକକୁ ସଫା କରିବାରେ ସାହାଯ୍ୟ କରିଥାଏ ।

 

Leave A Reply

Your email address will not be published.