Latest Odisha News

BREAKING NEWS

ଗ୍ରାହକଙ୍କୁ ସାମାନ୍ୟ ଆଶ୍ଵସ୍ତି, କ୍ଷୀର ଦର ହ୍ରାସ କଲା ଅମୁଲ

ନୂଆଦିଲ୍ଲୀ: ଅନେକ ଦିନ ଧରି ଦୁଗ୍ଧ ଦର ଦାମ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରୁଥିଲା । କିନ୍ତୁ ଏବେ ସାଧାରଣ ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ଅମୁଲ ତା’ର କ୍ଷୀର ଦର ଦାମ ହ୍ରାସ କରିଛି । ବାସ୍ତବରେ କମ୍ପାନୀ ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେସିଆଲ କ୍ଷୀର ଲିଟର ପିଛା ୧ ଟଙ୍କା ହ୍ରାସ କରିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ପରିଚାଳନା ନିର୍ଦ୍ଦେଶକ ଜୟେନ ମେହଟ୍ଟା ।

ତେବେ ଏହି ମୁଲ୍ୟ କେବଳ ଗୋଟିଏ ଲିଟର ପ୍ୟାକ୍ ପାଇଁ ପ୍ରଯୁଜ୍ୟ । ୫୦୦ ମିଲି ପ୍ୟାକ୍ ମୁଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ କହିରଖୁଛୁ ଯେ ପ୍ରଥମ ଥର ପାଇଁ କୌଣସି କ୍ଷୀର କମ୍ପାନୀ ତା’ର ମୂଲ୍ୟ ହ୍ରାସ କରିଛି । ଅମୁଲ ଏମଡି ଜୟେନ ମେହେଟ୍ଟା କହିଛନ୍ତି ଯେ, ଏହି ଦର ଦାମ ହ୍ରାସର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ ଆସ୍ଵସ୍ତି ଯୋଗାଇବା ଏବଂ କ୍ଷୀରର ବ୍ୟବହାର ବୃଦ୍ଧି କରିବା।

କମ୍ପାନୀ ଦ୍ଵାରା ପ୍ରକାଶିତ ନୂତନ ଦର ଅନୁଯାୟୀ ପୂର୍ବରୁ ଅମୁଲ ଗୋଲ୍ଡର ଏକ ଲିଟର ପ୍ୟାକେଟର ମୂଲ୍ୟ ୬୬ ଥିବା ବେଳେ ଏବେ ୬୫ ଟଙ୍କା ହୋଇଛି । ସେହିପରି ୧ ଲିଟର ଅମୁଲ ଟି ସ୍ପେସିଆଲ କ୍ଷୀରର ମୂଲ୍ୟ ୬୨ ଟଙ୍କା ଥିବା ବେଳେ ଏବେ ୬୧ ଟଙ୍କା ହୋଇଛି । ଏଥି ସହିତ ୧ ଲିଟର ଅମୁଲ ତାଜା କ୍ଷୀରର ମୂଲ୍ୟ ୫୪ ଟଙ୍କା ଥିବା ବେଳେ ଏବେ ୫୩ ଟଙ୍କାକୁ ହ୍ରାସ ପାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଜୁନରେ ଅମୁଲ ତା’ର କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଥିଲା।

Comments are closed.