Latest Odisha News

ଦିନେ ୪୦୦ କର୍ମୀଙ୍କ ବସ୍ ଥିଲେ, ଏବେ ପାଲଟିଛନ୍ତି ସାଧୁ; ଜାଣନ୍ତୁ ମହାକୁମ୍ଭର ଏମଟେକ୍ ବାବା ସମ୍ପର୍କରେ… 

ପ୍ରୟାଗରାଜ: ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କ ସହ ଭକ୍ତଙ୍କ ଗହଳି ଜମିବାରେ ଲାଗିଛି। ଖାସକରି କିଛି ବାବାମାନେ ସେମାନଙ୍କର ଭିନ୍ନ ତଥା ନିଆରା ଜୀବନ ଯାତ୍ରା ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଏଭଳି ଜଣେ ବାବା ହେଉଛନ୍ତି ଦିଗମ୍ବର କୃଷ୍ଣ ଗିରି। ଯିଏକି ‘ଏମଟେକ୍ ବାବା’ ଭାବରେ ଜଣାଶୁଣା।

ଦିଗମ୍ବର କୃଷ୍ଣ ଗିରି ଏକଦା କର୍ପୋରେଟ କମ୍ପାନୀରେ ବଡ଼ ପୋଷ୍ଟରେ ରହିଥିଲେ। ଆଉ ବାର୍ଷିକ ଦରମା ୪୦ ଲକ୍ଷ ଟଙ୍କା ରହିଥିଲା ବେଳେ ତାଙ୍କ ଅଧୀନରେ ୪୦୦ ଜଣ କର୍ମଚାରୀ ମଧ୍ଯ କାମ କରୁଥିଲେ। ଏହି ଏମଟେକ୍ ବାବା ଜଣକ ବାଙ୍ଗାଲୋରର ବାସିନ୍ଦା ହୋଇଥିବା ବେଳେ କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟରୁ ଏମଟେକ୍ ଡିଗ୍ରୀ ସମାପ୍ତ କରିଥିଲେ। ଯାହା ପରେ ସେ ଅନେକ ପ୍ରତିଷ୍ଠିତ କମ୍ପାନୀରେ କାମ ମଧ୍ଯ କରିଥିଲେ। ସନ୍ଥ ହେବା ପୂର୍ବରୁ ସେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଯାହାପରେ ତାଙ୍କ ଜୀବନର ଏକ ଘଟଣା ତାଙ୍କ ସାରା ଦୁନିଆକୁ ବଦଳାଇ ଦେଇଥିଲା।

ଜୀବନରେ ଶାନ୍ତିର ଅନ୍ବେଷଣ କରିବାକୁ ଯାଇ ସେ ୨୦୧୦ରେ ନେଇଥିଲେ ସନ୍ୟାସ । ଆଉ ୨୦୧୯ରେ ହୋଇଥିଲେ ନାଗା ସାଧୁ। ୨୦୧୦ରେ ଚାକିରି ଛାଡି଼ ନିଜର ଅସ୍ତିତ୍ୱ ସନ୍ଧାନର ଯାତ୍ରାରେ ବାହାରି ପଡ଼ିଲେ ସେ। ସାଧୁମାନଙ୍କର ବିଭିନ୍ନ ଆଖଡ଼ା ବୁଲିବା ଆରମ୍ଭ କଲେ।

ଏପରିକି ସେ ୧୦ ଦିନ ଲାଗି ହରିଦ୍ୱାରରେ ଭିକ୍ଷାବୃତ୍ତି ମଧ୍ଯ କରିଥିଲେ। ଶେଷରେ ନିରଞ୍ଜନୀ ଆଖଡ଼ା ପକ୍ଷରୁ ତାଙ୍କୁ ଗ୍ରହଣ କରାଗଲା। ବର୍ତ୍ତମାନ ସେ ଉତ୍ତରକାଶୀର ଏକ ଗାଁରେ ରହୁଛନ୍ତି ।

Comments are closed.