ଭୁବନେଶ୍ୱର: ଦେଶରେ ସ୍ଥିତି ସଂଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ। ଏହା ଗୁଲେନବାରି ସିଣ୍ଡ୍ରମ। ଯାହା ଜଳ ବହିତ। ଏଥିରେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ (paralysis) ହୋଇଯାଉଛି। ମହାରାଷ୍ଟ୍ର, ଗୁଜୁରାଟ ଏବଂ କୋଲକାତାରେ ଏହି ମାମଲା ଦେଖା ଦେଲାଣି। ତେବେ ଏହି ରୋଗକୁ ନେଇ ଓଡ଼ିଶା ପାଇଁ ସତର୍କ ଘଣ୍ଟି ଦିଆଯାଇଛି।
ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ରୋଗର ଲକ୍ଷଣ ନାହିଁ। ତଥାପି ଓଡିଶା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବି ଏପରି ରୋଗୀ ଚିହ୍ନଟ ହେଲେଣି ତେଣୁ ଓଡିଶାକୁ ସତର୍କତା ଜାରି କରାଯାଇଛି। ହେଲେ ଏହି ରୋଗକୁ ନେଇ ଏଯାଏଁ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇ ନାହାଁନ୍ତି। ତଥାପି ରାଜ୍ୟ ସରକାର ସତର୍କ ଅଛନ୍ତି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
ସୂଚନା ଥାଉକି ମହାରାଷ୍ଟ୍ରରେ ଗୁଇଲେନ୍ ବାରେ ସିଣ୍ଡ୍ରୋମ୍ (ଜିବିଏସ୍) ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ୧୪୯ ଜଣ ରୋଗୀଙ୍କ ମଧ୍ୟରୁ ୧୨୪ ଜଣଙ୍କଠାରେ ଜିବିଏସ ଭାଇରସ ଚିହ୍ନଟ ହୋଇଛି । ୨୮ ଜଣ ରୋଗୀ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି । ଅଧିକାଂଶ ମାମଲା ପୁନେ ଏବଂ ପିମ୍ପରି ଚିଞ୍ଚୱଡ ନିକଟବର୍ତ୍ତୀ ଅଞ୍ଚଳର ବୋଲି ଜଣାପଡିଛି। ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ କିଛି ରୋଗୀ ଚିହ୍ନଟ ହୋଇଛନ୍ତି। ଯେବେଠାରୁ କୋରୋନା ଭାଇରସ ବିଶ୍ୱକୁ କବଳିତ କରିଛି, ସେବେଠାରୁ ଅନେକ ପ୍ରକାରର ଭାଇରସ ବିଷୟରେ ଶୁଣିବାକୁ ମିଳିଛି ଯାହା ମଣିଷକୁ ପ୍ରଭାବିତ କରୁଛି। ଯଦିଓ ଏହି ଭାଇରସଗୁଡ଼ିକ କୋରୋନା ପରି ବିପଜ୍ଜନକ ନୁହେଁ, କିମ୍ବା ଏଗୁଡ଼ିକର ପ୍ରଭାବ କୋରୋନା ପରି ବ୍ୟାପକ ନୁହେଁ, ତଥାପି ମଣିଷକୁ ଏଗୁଡ଼ିକ ପ୍ରତି ସତର୍କ ରହିବାକୁ ପଡିବ ।
Comments are closed.