Latest Odisha News

BREAKING NEWS

ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭୁବନେଶ୍ୱରରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ନିଲାମ ପ୍ରକ୍ରିୟାର ୯ମ ରାଉଣ୍ଡ ଭୁବନେଶ୍ୱର ରୋଡ଼ ଶୋ’ ଆୟୋଜନ ଅବସରରେ ନିଲାମ ପ୍ରକ୍ରିୟାରେ ଉପସ୍ଥିତ ଅଂଶଗ୍ରହଣକାରୀ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ପ୍ରାକୃତିକ ଗ୍ୟାସ ହିଁ ଭବିଷ୍ୟତର ଇନ୍ଧନ” ।

ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ଲାଗି ଆନୁମାନିକ ୩,୦୦୦ କୋଟି ରୁ ୩,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

“ଏହି ୧୯ଟି ଜିଲ୍ଲାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ପ୍ରକଳ୍ପ ରାଜ୍ୟ ସରକାରଙ୍କ ବିନା ସହଯୋଗୀତାରେ ପୂର୍ଣ୍ଣାଙ୍ଗ ରୂପରେଖ ନେଇପାରିବ ନାହିଁ, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ନିକଟରେ ସହଯୋଗୀତା ହାତ ବଢାଇସାରିଛନ୍ତି ଏବଂ ରାଜ୍ୟ ସରକାର ଆମକୁ ସହଯୋଗ କରିବା ଉଚିତ” ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.