Latest Odisha News

BREAKING NEWS

ଓଡ଼ିଶା ଆସିବେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : ରାଜ୍ୟରେ ଥିବା କଂଗ୍ରେସ କର୍ମୀ ତଥା ନେତାମାନଙ୍କର ମନୋବଳ ବୃଦ୍ଧି କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓଡ଼ିଶାକୁ ଆସିବେ ।

ଆଜି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥ ରାହୁଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ରାହୁଳଙ୍କ ଓଡ଼ିଶା ଆସିବା କଥା କହିଛନ୍ତି ।

ଶ୍ରୀଯୁକ୍ତ ପଟ୍ଟନାୟକ ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିବା ସହିତ ଓଡ଼ିଶା ଲାଗି ନିୟୋଜିତ ତିନିଜଣ ଏଆଇସିସି ସାଧାରଣ ସମ୍ପାଦକ ରୁଦ୍ର ରାଜୁ, ସେକ ମସ୍ତାନ ଅଲ୍ଲୀ ଓ ଅନୀଲ ଚୌଧୁରୀ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ଏବଂ ତିନିଜଣ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ, ନବ କୁମାର ଦାସ ଏବଂ ପ୍ରଦୀପ ମାଝୀଙ୍କ ସହିତ ବୈଠକରେ ଆଲୋଚନା କରିଥିଲେ ।

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ କଂଗ୍ରେସକୁ ଶକ୍ତିଶାଳୀ କରାଯିବ ବୋଲି ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.