ଭୁବନେଶ୍ୱର: ପରୀ ରାଇଜର କାହାଣୀ ଆମେ ପ୍ରାୟ ସମସ୍ତେ ଶୁଣିଥିବା । କିଛି ନହେଲେ ବି ପରୀମାନଙ୍କ ବିଷୟରେ ବହିରେ ପଢ଼ିଥିବା, ନହେଲେ ସିନେମାରେ ଦେଖିଥିବା। କିନ୍ତୁ ସତରେ କଣ କେହି କେବେ ପରୀକୁ ଦେଖିଥିବ, ନା ଖାଲି ଏହା ମନଗଢ଼ା କାହାଣୀ?
ସାରା ଦୁନିଆରେ ବର୍ତ୍ତମାନ ଏହି ଖବର ଏବେ ନିଆଁ ପରି ବ୍ୟାପି ଗଲାଣି ଯେ ଧଳା ବାଦଲରେ ରହିଥିବା ଗୋଟିଏ ସୁନ୍ଦର ପରୀ ପୃଥିବୀ ପୃଷ୍ଠକୁ ଖସି ପଡିଛି ବୋଲି ।
ଲଣ୍ଡନଠାରେ ଏହି ପରୀ ପଡି ରହିଛି, ଯାହାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମୁଛି । ଲୋକମାନେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ମଣିଷର ଉଚ୍ଚତା ବିଶିଷ୍ଟ ଏହି ପରୀକୁ ନେଇ ସତ୍ୟାସତ୍ୟ ଆମେ ଆପଣଙ୍କୁ କହିବୁ ।
ଏହା ଏଇଥିପାଇଁ କୁହାଯାଉଛି କାରଣ ପରୀର ଏହି ଫୋଟୋଟି ସାରା ଦୁନିଆକୁ ହଲଚଲ କରି ଦେଇଛି । କ’ଣ ରହିଛି ଏହି ଫଟୋ ପଛର ସତ୍ୟତା ? ଆମେ ଆପଣଙ୍କୁ ଜାଣେଇବୁ।
ହେଲେ ଏହା ପୂର୍ବରୁ ଜାଣି ରଖନ୍ତୁ ଏହା ଦେଖା ଯାଉଛି କିପରି? କ୍ଷୀର ପରି ଧଳା କେଶ, ଶରୀରରେ ଧଳା ପୋଷାକ, ମୁହଁରେ ବୃଦ୍ଧାବସ୍ଥାର ଛାପ, ବିନା ପରରେ ଡେଣା । ଡେଣା ଦୁଇଟିକୁ ଛାଡି ଦେଲେ ପୂରା ଶରୀର ପୃଥିବୀରେ ରହୁଥିବା ଜଣେ ୭୦, ୮୦ ବର୍ଷର ମହିଳା ପରି ଲାଗୁଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆମେରିକା, ଚିନ, ୟୁରୋପର ଭଳି ଦେଶର ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି । ଗୋଟିଏ ପରୀକୁ ଜୀବିତ ଅବସ୍ଥାରେ ଧରା ଯାଇଥିବା କଥା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଡେଣା ଥିବା ଏହି ଅଦ୍ଭୁତ ମହିଳାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ – ଇଏ ଜଣେ ମଣିଷ ନା ସତରେ ଗୋଟିଏ ପରୀ !
ଭାଇରାଲ ଖବର ଅନୁସାରେ ଏହି ପରୀଟି ଆକାଶରେ ହୋଇଥିବା କିଛି ଅଘଟଣ ଯୋଗୁଁ ପୃଥିବୀ ପୃଷ୍ଠକୁ ଗଳି ପଡିଛି । ଲଣ୍ଡନରେ ପଡିଥିବା ଏହି ପରୀକୁ ତାର ବାଡ଼ ଭିତରେ ସହର ମଧ୍ୟରେ ରଖା ଯାଇଛି । ଯେପରି ଲୋକମାନେ ସହଜରେ ଏହାକୁ ଦେଖି ପାରିବେ ଓ ଏହା ବିଷୟରେ ଜାଣି ପାରିବେ ।
ଲୋକଙ୍କ କହିବା ଅନୁସାରେ ପରୀଟିର ବୃଦ୍ଧାବସ୍ଥା ଯୋଗୁଁ ତା ଡେଣାରେ ଆଉ ଶକ୍ତି ନଥିଲା ବାଦଲକୁ ଚିରି ଉଡିବା ପାଇଁ । ସେଥିପାଇଁ ସେ ତଳକୁ ଖସି ପଡିଛି ।
ଡାକ୍ତର ଓ ଗବେଷକ ଏପରି କୌଣସି କଥାକୁ ଭିତ୍ତିହୀନ ବୋଲି କହିବା ସହ ଏହା ଉପରେ ବିଶ୍ବାସ ନକରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହା କେବଳ କାଳ୍ପନିକ, ବାସ୍ତବ ଦୁନିଆରେ ଏପରି କୌଣସି ଜିନିଷ ନାହିଁ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋର ସତ୍ୟତା ତାହେଲେ କ’ଣ? ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ପରୀର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମଣିଷ ଶରୀରରେ ଡେଣା ଥାଇ ମାଟିରେ ପଡି ରହିଥିବା ଏହି ପରୀ ପ୍ରକୃତରେ ଗୋଟିଏ ପରୀ ନୁହେଁ ବରଂ ଜଣେ କଳାକାରର କଳାକୃତିର ଏକ ନମୂନା ଅଟେ । ଯାହାକୁ ଦୁନିଆସାରା ପରୀ ନାମରେ ଭାଇରାଲ କରାଯାଉଛି ।
ଲଣ୍ଡନରେ ଅନୁଷ୍ଠିତ ହେଉଥିବା ବିଶ୍ୱର ସବୁଠୁ ବଡ଼ ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶିତ କରାଇବା ପାଇଁ ବେଜିଂର ୨ଜଣ କଳାକାର ଏହାକୁ ୭ ବର୍ଷ ପରିଶ୍ରମ କରି ତିଆରି କରିଛନ୍ତି । ତାପରେ ଏହାକୁ ଲଣ୍ଡନର ଏକ ଛକରେ ଲୋକଙ୍କ ପ୍ରତିକ୍ରିୟା ନେବାକୁ ରଖାଯାଇଥିଲା ।
Comments are closed.