Latest Odisha News

BREAKING NEWS

ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ; ଜଣେ ଭାରତୀୟ ଯବାନ ସହିଦ

ପୁଞ୍ଚ: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା କେଜି ସେକ୍ଟରଠାରେ ଶୁକ୍ରବାର ସକାଳୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ କରାଯାଇ ଗୁଳି ଚଳାଇବା ସହ ସେଲିଙ୍ଗ ନିକ୍ଷେପ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଇଛି ।


ଏହା ପୂର୍ବରୁ ଉତ୍ତର କଶ୍ମୀରର ସାପୋରରେ ଲୋକଙ୍କୁ ଧମକାଇବା ଓ ଭୟଭୀତ କରିବା ଅଭିଯୋଗରେ ପୁଲିସ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଏମାନେ ସମସ୍ତେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦୀନ ପାଇଁ କାମ କରୁଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀ ଏସମସ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Leave A Reply

Your email address will not be published.