Latest Odisha News

BREAKING NEWS

ପବିତ୍ର ମହାଳୟା

”ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ ।
ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥

ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ ।
ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥”

ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧ କର୍ମ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ’ମହାଳୟା ଶ୍ରାଦ୍ଧ’, ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ବା ’ପାର୍ବଣ ଶ୍ରାଦ୍ଧ” ବା ’ମଉଳା ଶ୍ରାଦ୍ଧ’ କୁହାଯାଏ । ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ ।

ଏହି ମହାଳୟାକୁ ପିତୃପକ୍ଷ ଅମାବାସ୍ୟା, ମହାଳୟା ଅମାବାସ୍ୟା, ମହାଳୟା ଶ୍ରାଦ୍ଧ, ଫୁଲେରୀ ଅମାବାସ୍ୟା, ଏବେ ଗ୍ରାମାଂଚଳମାନଙ୍କରେ ଏହାକୁ ପୋଲରୀ ଅମାବାସ୍ୟା ବୋଲି କୁହାଯାଏ । ଏହି ଦିନ ବଜ୍ରମହାକାଳୀ ବ୍ରତ ପାଳନ କରାଯାଏ । ସର୍ବୋପରୀ ମହାଳୟା ଅମାବାସ୍ୟା । ପିତୃପକ୍ଷର ପରିସମାପ୍ତି । ସେଥିପାଇଁ ଏହାକୁ ପିତୃପକ୍ଷ ଅମାବାସ୍ୟା କୁହାଯାଏ । ଭାଦ୍ରବ ପୂର୍ଣ୍ଣମୀ ସରିଗଲା ପରେ ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରୂପରେ ଗଣନା କରାଯାଏ । ଏହି ପକ୍ଷରେ ଶ୍ରାଦ୍ଧାଦି କର୍ମ ସମସ୍ତ ଓଡିଆମାନେ ନିଜ ଘରେ ଘରେ ଏବଂ ମନ୍ଦିରମାନଙ୍କରେ, ବିଶେଷ କରି ଶ୍ରୀମନ୍ଦିରର ବାଇଶି ପାହାଚରେ ଏହାକୁ ପାଳନ କରିଥାନ୍ତି । ପିତୃପିତାମହଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଏ । ଶ୍ରଦ୍ଧାରୁ ହୋଇଛି ଶ୍ରାଦ୍ଧ । ଯେତେବେଳେ ମର୍ତ୍ତ୍ୟଲୋକରେ ୧ ବର୍ଷ ହୁଏ, ସେତେବେଳେ ପିତୃ ଲୋକମାନଙ୍କର ଗୋଟିଏ ଦିନ ହୋଇଥାଏ ।

ସେଥିପାଇଁ ଯେଉଁ ତିଥିରେ ଆମ ପିତୃଲୋକ ଦେହତ୍ୟାଗ କରିଥାନ୍ତି, ଆମେ ସେହି ତିଥିରେ ସେମାନଙ୍କ ପାଇଁ ଶ୍ରାଦ୍ଧାଦି କର୍ମ କରିବା ଉଚିତ । ସେଥିପାଇଁ ଆମେ ଯଦି ସେମାନଙ୍କୁ ଏହିଦିନ ଭୋଜନ ଅର୍ପଣ ନ କରିଥାଉ, ସେମାନେ ଉପବାସ ରହିଥାନ୍ତି । ସେହି କାରଣରୁ ବର୍ଷକୁ ଗୋଟିଏ ଦିନ ଆମେ ଶ୍ରାଦ୍ଧ ଦେଇଥାଉ ।

ଓଁ ନମୋ ବଃ ପିତରୋ ରସାୟ ନମୋ ବଃ ପିତରଃ ଶୋଷାୟ ନମୋ ବଃ ପିତରୋ ଜୀବାୟ ନମୋ ବଃ ପିତରଃ ସ୍ଵଧାୟୈ ନମୋ ବଃ ପିତରୋ ଘୋରାୟ ନମୋ ବଃ ପିତରୋ ମନ୍ୟବେ ନମୋ ବଃ ପିତରଃ ପିତରୋ ନମୋ ବୋ ଗୃହାନ୍ନଃ ପିତରୋ ଦତ୍ତ ସତୋ ବଃ ଦେଷ୍ମୈତଦ୍ବଃ ପିତରୋ ବାସ ଆଧତ୍ତ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.