Latest Odisha News

BREAKING NEWS

ତୁରନ୍ତ ହଜାରେ ଆଇସିୟୁ ବେଡ୍ ବ୍ୟବସ୍ଥା କରନ୍ତୁ ସରକାର: ବିଜୟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ପରିଚଳନା ଦେଇ ରାଜ୍ୟ ସରକାରଙ୍କ ଉପରେ ବିର୍ଷିଲା ବିଜେପି । ଆଜି ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କୋଭିଡ ରଣନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଟକ ଓ ଭୁବନେଶ୍ୱରରେ କୋରନା ଅବସ୍ଥା  ଭୟଙ୍କର ରୁପ ନେଇଛି। ଆଗକୁ ମଧ୍ୟ ଆହୁରି ଭୟଙ୍କର ହେବ। କିନ୍ତୁ ଏହାକୁ ମୁକାବିଲା କରିବାରେ ସରକାର ହୋଇଛି ବାଟବଣା ।

ଅନେକ ଉପଦେଶ ପରେ ମଧ୍ୟ କିଛି ମୁଷ୍ଟିମେୟ ଅଧିକାରୀଙ୍କ ମନମୁଖୀ ନୀତି ଯୋଗୁ ଆଜି ଏମିତି ଅବସ୍ଥା ହେଇଛି । ଯେଉଁମାନେ କୋଭିଡ଼ ହସ୍ପିଟାଲ ମ୍ୟାନେଜମେଣ୍ଟ କରୁଛନ୍ତି ସେମାନେ ଜାଣିଛନ୍ତି କୌଣସି ହସ୍ପିଟାଲରେ ମଧ୍ୟ  ବେଡ଼ ନାହିଁ । ସରକାର ବେଡ଼ ବଢାଇବା ପାଇଁ ଚେଷ୍ଟା କରୁନାହାନ୍ତି । ସମରେ 725 ବେଡ଼ରୁ 7 – 8 , କିମସରେ 450ରୁ 25 ରୁ 30 ବେଡ଼ ଖାଲି ଅଛି । ତାହାପୁଣି ସାଧାରଣ ବେଡ଼ । କଟକରେ ବେଡ଼ ନାହିଁ ।

ରାଜଧାନୀକୁ 5 ଟି ଜୋନରେ ବିଭକ୍ତ କରି କୋଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଉ । ସଂଗରୋଧ ଲୋକଙ୍କ କଥା ବୁଝିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସ୍ୱତନ୍ତ୍ର ଅଫିସର ନିଯୁକ୍ତ ହୁଅନ୍ତୁ । ତୁରନ୍ତ ହଜାରେ ଆଇସିୟୁ ବେଡ଼ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର । ଗଂଜାମ ମଡେଲ ନୁହେଁ କଟକ ଭୁବନେଶ୍ୱରରେ ସ୍ୱତନ୍ତ୍ର ମଡେଲ ବ୍ୟବସ୍ଥା କରାଯାଉ ବୋଲି ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.