Latest Odisha News

BREAKING NEWS

ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ‘ସାଥୀ’ ଆୟୋଜିତ

ଭୁବନେଶ୍ୱର : ଜଣାଶୁଣା ସାମାଜିକ ସଙ୍ଗଠନ ବିଚାର ଭାରତୀ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସ୍ଥାନୀୟ ମହର୍ଷି ମହିଳା ମହାବିଦ୍ୟାଳୟରେ ‘ସାଥୀ’ ଶୀର୍ଷକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ।

ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଗଠନ ପକ୍ଷରୁ ବାଲ୍ୟ ବିବାହ, ଲିଙ୍ଗଗତ ଭେଦଭାବ, ଘରୋଇ ହିଂସା, ସାଇବର ଅପରାଧ ଓ ରାଗିଂ ଆଦିକୁ ନେଇ ସମାଜରେ ଘଟୁଥିବା ଘଟଣାଗୁଡି଼କର କିଭଳି ମୁକାବିଲା କରାଯିବ ତାହା ଉପରେ ଏକ ଆଲୋଚନା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମହର୍ଷି ମହିଳା ଜୁନିୟର କଲେଜ ଅଧ୍ୟକ୍ଷା ଗୀତାଶ୍ରୀ ମିଶ୍ର, ଡିଗ୍ରୀ କଲେଜ ଅଧ୍ୟକ୍ଷ ପତିତପାବନ ସ୍ୱାଇଁ , ଆସିଷ୍ଟାଣ୍ଟ କଲେକ୍ଟର ଓଏଏସ୍ ଜ୍ୟୋସ୍ନା ପାତ୍ର ,ସମାଜସେବୀ ନମ୍ରତା ଚଢ଼ା ପ୍ରମୁଖଙ୍କ ସହ ମନସ୍ତତ୍ତ୍ୱବିତ୍ , ପୁଲିସ ଅଧିକାରୀ, ଡାକ୍ତରମାନେ ଯୋଗଦେଇଥିଲେ । ବର୍ତ୍ତମାନ ଏହି ସଚେତନତା ଅଭିଯାନ ଖୋର୍ଦ୍ଧା ଜିଲ୍ଲାର ୩୬ଟି ମହାବିଦ୍ୟାଳୟରେ ଆୟୋଜନ କରାଯିବ ଏବଂ ଆଗକୁ ସଙ୍ଗଠନ ପକ୍ଷରୁ ସମଗ୍ର ରାଜ୍ୟରେ ଏହି ଅଭିଯାନ ଜାରି ରହିବ ବୋଲି ‘ସାଥୀ’ କାର୍ଯ୍ୟକ୍ରମର ମୁଖ୍ୟ ତଥା ସଙ୍ଗଠନର ସମ୍ପାଦିକା ପ୍ରୀତିଛନ୍ଦା ଧଳ ସୂଚନା ଦେଇଥିଲେ ।

Leave A Reply

Your email address will not be published.