ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ୫୫ଟି ନିଶା ନିବାରଣ କେନ୍ଦ୍ରରୁ ଗତ ୨ବର୍ଷ ମଧ୍ୟରେ ୧୯,୩୯୫ ଜଣ ନିଶାସକ୍ତଙ୍କୁ ନିଶାମୁକ୍ତ କରାଯାଇ ପାରିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୬୦୩୯ ଜଣ ଥିବାବେଳେ ଖୋର୍ଦ୍ଧାରେ ୧୪୪୦, କେନ୍ଦୁଝରରେ ୧୧୨୫ ଓ କଟକରେ ୧୦୩୭, ଯାଜପୁରରେ ୩୫ଜଣଙ୍କୁ ନିଶା କବଳରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ରାଜ୍ୟରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ନିଶା ନିବାରଣ କେନ୍ଦ୍ରର ଘୋର ଅଭାବ ଦେଖାଦେଇଛି। ସୀମିତ ସମ୍ବଳ ଭିତରେ ଗତ ଦୁଇ ବର୍ଷରେ ପ୍ରାୟ ୨୦ ହଜାର ଲୋକଙ୍କୁ ନିଶା ମୁକ୍ତ କରାଯାଇଛି। ଏଥସହ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ସରକାରୀ ଅର୍ଥ ବିନିଯୋଗ ହେଉଛି। ରାଜ୍ୟରେ ୫୫ଟି ନିଶା ନିବାରଣ କେନ୍ଦ୍ର ରହିଛି। ଏଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ୨୯ଟି ଜିଲାରେ ୪୧ଟି ନିଶା ନିବାରଣ କେନ୍ଦ୍ର ଚାଲୁଥିବାବେଳେ ରାଜ୍ୟ ସରକାରଙ୍କ ଅନୁଦାନରେ ୧୦ ଜିଲାରେ ୧୧ କେନ୍ଦ୍ର ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୧୫ ଜଣ ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ୩୦ ଜଣ ଲେଖାଏ ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ ଏକ ମାସ ପର୍ଯ୍ୟନ୍ତ ମାଗଣାରେ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମର ବ୍ୟବସ୍ଥା ରହିଛି।
ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬ଟି ନିଶା ନିବାରଣ କେନ୍ଦ୍ର ଥିବାବେଳେ ପୁରୀରେ ୫, କଟକରେ ୪, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦୁଝର ଜିଲାରେ ୩ଟି ଲେଖାଏ ନିଶା ନିବାରଣ କେନ୍ଦ୍ର ରହିଛି।
BREAKING NEWS
- ଅଜରବଇଜାନରେ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ କଟକଣା
- ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ, ଉପକୃତ ହେବେ ୧,୬୦୮ ପରିବାର
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା

Comments are closed.