Latest Odisha News

BREAKING NEWS

ନେପାଳ ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା, ଏଠାରେ ଥିଲା କେନ୍ଦ୍ରସ୍ଥଳ..

କାଠମାଣ୍ଡୁ:ପୁଣି ଥରିଲା ଧରିତ୍ରୀ । ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍‌ ସମୟରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନେପାଳ ସହ ଉତ୍ତର ଭାରତର ବିଭିନ୍ନ ଭାଗରେ ଝଟକା ହୋଇଛି। ତେବେ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ।

୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା । ତଥାପି ଉତ୍ତର ଭାରତର ଅନେକ ସ୍ଥାନରେ ବିଶେଷକରି ଉତ୍ତର ପ୍ରଦେଶ, ବିହାର ଏବଂ ଉତ୍ତରାଖଣ୍ଡ, ଦିଲ୍ଲୀ ଏନସିଆର ରେ ଝଟକା ଅନୁଭୂତ ହୋଇଛି।  ନେପାଳ ବିହାର ଏବଂ ଉତ୍ତର ପ୍ରଦେଶ ଭଳି ଭାରତୀୟ ରାଜ୍ୟ ସହିତ ସୀମା ଅଂଶୀଦାର କରୁଛି। ତେଣୁ ସେଠାକାର ଭୌଗୋଳିକ କାର୍ଯ୍ୟକଳାପ ମଧ୍ୟ ଭାରତକୁ ପ୍ରଭାବିତ କରୁଛି।

କିଛି ଦିନ ତଳେ ମିଆଁମାରରେ ଗତ ୨୮ ମାର୍ଚ୍ଚ ୨୦୨୫ରେ ଘଟିଥିବା ୭.୭ ତୀବ୍ରତାର ଭୂମିକମ୍ପ ସେଠାକାର ସାଗାଇଙ୍ଗ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୩୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।

Comments are closed.