ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପରେ ଥରିଲା ନେପାଳ । ତିବ୍ଦତ-ନେପାଳ ସୀମାରେ ଜୋରଦାର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧ । ୭.୧ ତୀବ୍ରତା ଭୂକମ୍ପରେ ଥରିଲା ନେପାଳ । ସେହିପରି ୬.୮ ତୀବ୍ରତାରେ ଥରିଲା ତିବ୍ଦତ । ତେବେ ନେପାଳ, ଚୀନ୍ ସହ ଉତ୍ତର ଭାରତର କିଛି ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ । ବିହାର, ଆସାମ, ଦିଲ୍ଲୀ ଏନସିଆର୍ ସମେତ କିଛି ସ୍ଥାନରେ ଭୂକମ୍ପ ଝଟକା ।
ସକାଳ ୬ଟା ୩୫ ମିନିଟ୍ରେ ୭.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାର ପ୍ରଭାବ ଭାରତରେ ଦିଲ୍ଲୀ, ବିହାର, ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଯାଇଛି। ତେବେ ନେପାଳର ୮୪ କିମି ଉତ୍ତର-ପଶ୍ଚିମ ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ନେଇ ସୂଚନା ମିଳିଛି । ଭୂକମ୍ପରେ ଏପର୍ଯୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି । ସେହିପରି ପ୍ରଭାବରେ ତିବ୍ଦତରେ ୬.୮ ତୀବ୍ରତାର ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରକୁ ଚାଲିଥିଲେ।