Latest Odisha News

ଅଣ୍ଡିରା ଜନ୍ମ ହୋଇ ମାଈ ହୋଇଯାଏ ଏହି ଅଜବ ଜୀବ

ବିଶ୍ୱରେ ଅନେକ ଅଜବ ଜୀବଜନ୍ତୁ ଅଛନ୍ତି । ତା’ ମଧ୍ୟରୁ ଆମେ କିଛି ଜାଣିଥିବା ବେଳେ ଆଉ କିଛି ବିଷୟରେ ବେଶ୍ ଅଜଣା । ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ । ଯିଏ ନିଜର ପତଳା ଶରୀର ପାଇଁ ଚାଇନିଜ୍ ଡ୍ରାଗନ ଭଳି ଦେଖାଯାଏ । ଏହି ଜୀବର ବୟସ ବଢ଼ିବା ସହିତ ସେ ନିଜର ରଙ୍ଗ ମଧ୍ୟ ବଦଳାଇଥାଏ । ହେଲେ ଏହା ଜାଣିକି ଆଶ୍ଚର୍ଯ୍ୟ ଲାଗିବ କି, ଏହି ଜୀବ ପ୍ରଥମରୁ ଅଣ୍ଡିରା ଜନ୍ମ ହୋଇଥିବାବେଳେ ପରେ ସେ ମାଈରେ ପରିଣତ ହୋଇଥାଏ ।

ଏହାପରେ ସେ ଅଣ୍ଡା ମଧ୍ୟ ଦେଇଥାଏ । ସୋସିଆଲ ମିଡିଆରେ ଏହି ଜୀବର ଏକ ଭିଡିଓ ଦେଖିବାକୁ ମିଳିଛି । ତା’ କ୍ୟାପ୍ସନରେ ଲେଖାହୋଇଛି, ରିବନ ଇଲ୍ ତା’ର ପୂର୍ଣ୍ଣ ଆକାର ଧାରଣ କରିବା ପରେ ରଙ୍ଗ ବଦଳାଇ ମାଈ ହେବା ଆରମ୍ଭ କରେ ଏବଂ ସେ ତା’ ରଙ୍ଗ ହଳଦିଆ କରିଦିଏ । ରିବନ ଇଲ୍ ପାଖରେ ଅନେକ ଗୁଣ ଭରି ରହିଛି । ଏହି ଜୀବର ଜୀବନ ଚକ୍ର ବହୁତ ଅଲଗା । ଯେଉଁଥିରେ ୩ ପର୍ଯ୍ୟାୟ ରହିଛି । ସେ ତା’ର କେବଳ ରଙ୍ଗ ବଦଳାଏନି, ଏଥିସହ ସେ ଅଣ୍ଡିରାରୁ ମଧ୍ୟ ମାଈ ହୋଇଥାଏ ।

ପ୍ରଥମ ପର୍ଯ୍ୟାୟରେ ସେ କଳା ରଙ୍ଗର ହୋଇଥାଏ; ଯିଏ କିଶୋର ଅଣ୍ଡିରା ଭାବେ ତା’ ଜୀବନ ଆରମ୍ଭ କରିଥାଏ । ଏହି ସମୟରେ ତା’ ଶରୀରରେ ଥିବା ହଳଦିଆ ରଙ୍ଗର ଆସ୍ତରଣ ଯୋଗୁ ତାକୁ ସହଜରେ ଚିହ୍ନି ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ସେ ଧୀରେ ଧୀରେ ବିକଶିତ ହୋଇଥାଏ । ଏହି ସମୟରେ ତା’ ଶରୀର କଳା ରଙ୍ଗରୁ ଚମକଭରା ନୀଳ ରଙ୍ଗରେ ପରିଣତ ହୋଇଥାଏ । ତୃତୀୟ ପର୍ଯ୍ୟାୟରେ ସେ ପ୍ରାୟ ୪ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଏହି ସମୟରେ ତା’ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳେ । ଶରୀରର ରଙ୍ଗ ପୂରାପୂରି ହଳଦିଆ ହେବା ସହ ସମ୍ପୂର୍ଣ୍ଣ ଭାବେ ମାଈ ହୋଇଯାଏ ।

Leave A Reply

Your email address will not be published.