Latest Odisha News

BREAKING NEWS

ଚୌଧୁରୀ ମହାବିଦ୍ୟାଳୟର ବିଏମପି ହୋଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

ଯାଜପୁର: ଜିଲ୍ଲାର ସର୍ବ ପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ବିଏମପି ଛାତ୍ର ନିବାସରୁ ଛାତ୍ର ନିଖୋଜ। ନିଖୋଜ ଛାତ୍ର ଜଣଙ୍କ ହେଲେ ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଚିରଞ୍ଜୀବ ସାହୁ। ଚିରଞ୍ଜୀବ ବିଂଝାରପୁର ଥାନା ଅନ୍ତର୍ଗତ ମଲ୍ଲିଆ ଗ୍ରାମର ଭରତ ସାହୁଙ୍କ ପୁଅ। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ବର୍ଗ।

ସୂଚନା ଅନୁସାରେ ଚିରଞ୍ଜୀବ +୨ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ସେ ଗତ ୪ମାସ ହେବ ଛାତ୍ର ନିବାସରେ ରହୁଥିଲେ। ଆଜି ସକାଳୁ ମାଆଙ୍କ ସହ କଥା ହେବା ପରେ ଦିନ ତମାମ ଫୋନ ନଉଠାଇବାରୁ ପରିବାର ବର୍ଗ ବିବ୍ରତ ହୋଇ ପୁଅକୁ ଖୋଜିବାକୁ ସନ୍ଧ୍ୟା ସମୟରେ ଛାତ୍ର ନିବାସ ପହଞ୍ଚିଲେ। ବହୁ ଖୋଜା ଖୋଜି ପରେ ନପାଇବାରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେପଟେ ସେ ସକାଳୁ ବାହାରକୁ ଯାଇଥିବା ଛାତ୍ର ନିବାସର କିଛି ଛାତ୍ର ସୂଚନା ଦେଇଥିବା ବେଳେ ହୋଷ୍ଟେଲ ବନ୍ଦ ହେବା ମଧ୍ୟରେ ସେ ନଫେରିଲେ ଆଇନର ଆଶ୍ରୟ ନେବେ ବୋଲି ଛାତ୍ର ନିବାସ ସୁପରିଟେଣ୍ଡ କହିଛନ୍ତି। ଅଭିଯୋଗ ପରେ ଯାଜପୁର ପୋଲିସ ଛାତ୍ର ନିବାସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.