Latest Odisha News

BREAKING NEWS

ଦିଲ ତୋ ବଚ୍ଚା ହେ ଜି : ବୟସ ୬୭, ପତ୍ନୀ ସହ ବୁଲେଟରେ ସାରା ଭାରତ ଭ୍ରମଣ କରୁଛନ୍ତି !

ଭଦୋଦରା: ବୟସ ଆଗରେ ହାର ମାନି ନାହାନ୍ତ ଭଦୋଦରାର ଜଣେ ବୟସ୍କ ଦମ୍ପତି । ସାଧାରଣ ବୃଦ୍ଧ ଲୋକ ଭାବେ ସେ ମରିବାକୁ ଚାହୁଁ ନାହାନ୍ତି । ମନରେ ଆଶା ଏବଂ ଉନ୍ମାଦ ଭରି ରହିଛି । ଏହାକୁ ପ୍ରମାଣ କରିବା ପାଇଁ ଏହି ୬୭ ବର୍ଷ ବୟସ୍କ ବ୍ୟକ୍ତିଜଣଙ୍କ ତାଙ୍କର ୧୯୭୪ ବୁଲେଟ ବାହାର କଲେ । ପତ୍ନୀଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ତାଙ୍କ ପାଇଁ ବାଇକରେ ସାଇଡକାର ଲଗାଇଥିଲେ । ହାର୍ଟ ପ୍ରୋବ୍ଲେମ ଯୋଗୁ ଡାକ୍ତର ତାଙ୍କୁ ବାଇକ ଚଳାଇବାକୁ ମନା କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ ।

ସମସ୍ତ ଫିକ୍ସଡ ଡିପୋଜିଟ ବାହାର କରି ସେମାନେ ମଉଜ ଆରମ୍ଭ କରିଛନ୍ତି । ଇତି ମଧ୍ୟରେ ମହାରାଷ୍ଟ୍ର, କେରଳ, ଗୋଆ, କର୍ଣ୍ଣାଟକ ଓ ତାମିଲନାଡୁ ବୁଲି ସାରିଲେଣି । ଏହି ଦମ୍ପତିଙ୍କ ଜୀବନ ଜିଇବା ଶୈଳୀ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ସେମାନେ ପୁନର୍ବାର ପ୍ରମାଣ କରିଛନ୍ତି.. ଦିଲ ତୋ ବଚ୍ଚା ହେ ଜି ।

Leave A Reply

Your email address will not be published.