Latest Odisha News

BREAKING NEWS

ପେଟ୍ରୋଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ

ଗଞ୍ଜାମ : ଟ୍ୟାଙ୍କରରେ ପେଟ୍ରୋଲ, ଡିଜେଲ ବା କିରୋସିନ୍ ନିଆଯାଏ ବୋଲି ଆମେ ସମସ୍ତେ ଜାଣିଛେ । କିନ୍ତୁ ପେଟ୍ରୋଲ ଟ୍ୟାଙ୍କରରେ ଯେ ଗଞ୍ଜେଇ ଚାଲାଣ ହୁଏ ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ହଁ, ଧରା ନପଡ଼ିବା ଲାଗି ଏଭଳି ଅଭିନବ ଉପାୟରେ ଚାଲାଣ ହୋଇଛି ଗଞ୍ଜେଇ । ଆଉ ସବୁ ଉଦ୍ୟମ ଫେଲ୍ ମାରିଛି । ଜବତ ହୋଇଛି ଗଞ୍ଜେଇ । ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଗୋଳନ୍ଥରା ଥାନା ସମ୍ମୁଖରୁ ଗଞ୍ଜେଇକୁ ଧରିଛି ପୋଲିସ ।

BjdElectrycity

ବ୍ଲକିଙ୍ଗ କରି ଯାଞ୍ଚ ବେଳେ ଧରାପଡ଼ିଲା ଗଞ୍ଜେଇ ବୋଝେଇ କରୁଥିବା ପେଟ୍ରୋଲ ଟ୍ୟାଙ୍କର । ଟ୍ୟାଙ୍କର ଭିତରୁ ବାହାରିଥିଲା ୬୩ ପ୍ୟାକେଟ ଗଞ୍ଜେଇ । ଯାହାର ଓଜବ ୨୫୦ କେଜିରୁ ଅଧିକ ହେବ । ଗୋଳନ୍ଥରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଏସବୁ ଗଞ୍ଜେଇକୁ ଜବତ କରାଯାଇଛି । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ଖଲ୍ଲିକୋଟ ଥାନା ପୋଲିସ ପ୍ରାୟ ସାତ ଶହ କିଲୋ ଗଞ୍ଜେଇ ଜବତ ସହ ଏକ ଟ୍ରକ ଜବତ କରିଥିଲା ।

Leave A Reply

Your email address will not be published.