Latest Odisha News

BREAKING NEWS

ପାଣି ପିଇବାକୁ ଆସି ପରିତ୍ୟକ୍ତ କୂଅରେ ପଡ଼ିଗଲା ହାତୀଛୁଆ, ଜେସିବି ଦ୍ୱାରା ଉଦ୍ଧାର

ବାଲେଶ୍ୱର: ପାଣି ଖୋଜି ଖୋଜି କୂଅ ପାଖେ ପହଞ୍ଚିଲା ହାତୀ ଛୁଆଟି । ହେଲେ ପାଣି ପିଇବ କ’ଣ କୂଅ ଭିତରେ ଫସି ରହିଲା ସାରା ରାତି । ଯେତେ ଉପରକୁ ଉଠିବାକୁ ଚେଷ୍ଟା କରୁଥାଏ ସେତେ ପଙ୍କ ଭିତରେ ଫଶୁଥାଏ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କୁଲଢିଆ ଅଭୟାରଣ୍ୟ ଅଂଚଳର ଗଡସାହି ଗାଁରେ ।

ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଏବେ  ଜନବସତି ମୁହାଁ ହାତୀପଲ । କୁଲଢିଆ ଅଭୟାରଣ୍ୟ ଅଞ୍ଚଳର ଏହି ହାତୀ ଛୁଆଟି ବି ଖାଦ୍ୟ ସନ୍ଧାନରେ ଗଡ ସାହି ଗାଁରେ ପଶି ଯାଇଥିଲା । ଶେଷରେ ପାଣି ପିଇବ ବୋଲି ଆସି ଗାଁ ନିକଟରେ ଥିବା ଏକ ଅଣଓସାରିଆ ପରିତ୍ୟକ୍ତ କୂଅରେ ପଡି ଯାଇଥିଲା ।  ଆସିବା ବେଳେ କୂଅରେ ପଡିଗଲା ହାତୀ ଶାବକ ।   କୂଅରୁ ବାହାରିବା ପାଇଁ ରାତି ସାରା ଚେଷ୍ଟା କରିଥିଲା । ହେଲେ ବାହାରି ପାରି ନ ଥିଲା । ସଂଘର୍ଷ କରି କରି ଶେଷରେ  ହାତୀ ଛୁଆଟି ଥକି ଯାଇଥିଲା ।

ସକାଳେ ଗ୍ରାମବାସୀ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଉପସ୍ଥିତିରେ  ଏକ ଜେସିବି ମେସିନ ଦ୍ୱାରା ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଏଠି କହିରଖିବୁ,  ଦେବଗିରିପାହାଡରୁ ଅନେକ ହାତୀ ସନ୍ଧ୍ୟା ନଇଁଲେ ଜନବସତି ମୁହାଁ ହେଉଛନ୍ତି । ହାତୀ ପଲ ସହ ବୋଧହୁଏ ଏହି ଛୁଆ ହାତୀ ଆସି କୁଅରେ ପଡିଯାଇଥିଲା ।

Comments are closed.