Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ୨-୩ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାବାହିନୀ

ନୂଆଦିଲ୍ଲୀ:ରବିବାର ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,କିସ୍ତୱାରର ଡାଚନ ଅଞ୍ଚଳରେ ଏହି ଏନକାଉଣ୍ଟର ଚାଲିଛି। ସୁରକ୍ଷା ବାହିନୀ ଜୈଶ-ଏ-ମହମ୍ମଦର ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଅପରେସନ୍ ଜାରି ରହିଛି।

ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ଏଠାରେ କିଛି ଜୈଶ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି।

ଜମ୍ମୁ-କାଶ୍ମୀର ପୋଲିସ, ୨ପାରା ସ୍ପେଶାଲ୍ ଫୋର୍ସ (SF) ଏବଂ ୧୭ରାଷ୍ଟ୍ରୀୟ ରାଇଫଲ୍ସ (RR)ର ଦଳ ଏହି ଅପରେସନରେ ସାମିଲ ଅଛନ୍ତି। ଉଭୟ ପାର୍ଶ୍ୱରୁ ମଝିରେ ମଝିରେ ଗୁଳିଚାଳନା ହେଉଛି, ଯାହା ଫଳରେ ଅଞ୍ଚଳରେ ଉତ୍ତେଜନାର ବାତାବରଣ ରହିଛି।ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ। ପ୍ରଶାସନ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବରୁ ଦୂରେଇ ରହିବାକୁ ନିବେଦନ କରିଛି।

ଜମ୍ମୁ ଓ କାଶ୍ମୀର ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ ମାଧ୍ୟମରେ କିସ୍ତୱାରର ଡାଚନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର ବିଷୟରେ ସୂଚନା ଦେଇଛି।

ଆଜି ଅପରାହ୍ନରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ କାହାର ମୃତ୍ୟୁ କିମ୍ବା ଗିରଫ ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳି ନାହିଁ।

ଖବରମୁତାବକ, ଗୋଟିଏ ଦିନ ପୂର୍ବରୁ, କାଉଣ୍ଟର-ଇଣ୍ଟେଲିଜେନ୍ସ କାଶ୍ମୀର (CIK) ୟୁନିଟ୍ ଉପତ୍ୟକାର ଚାରୋଟି ଜିଲ୍ଲାର ୧୦ଟି ଭିନ୍ନ ଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରିଥିଲା। ଏହି ଚଢାଉଗୁଡ଼ିକ ସୀମା ଆରପାରିରେ ଜୈଶ-ଏ-ମହମ୍ମଦ କମାଣ୍ଡର ଅବଦୁଲ୍ଲା ଗାଜି ଦ୍ୱାରା ପରିଚାଳିତ ସ୍ଲିପର୍ ସେଲ୍ ଏବଂ ନିଯୁକ୍ତି ନେଟୱାର୍କ ସହିତ ଜଡିତ ଥିଲା।

Comments are closed.