Latest Odisha News

ଗୋଟିଏ ବର୍ଗର ଜନସଂଖ୍ୟା ବଢ଼ିଲେ ଅରାଜକତା ସୃଷ୍ଟି ହେବ: ଯୋଗୀ

ଜନସଂଖ୍ୟାରେ ଅସନ୍ତୁଳନ ରହିବା ଉଚିତ ନୁହେଁ

ଲକ୍ଷ୍ନୈା: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ କଥା କହିଛନ୍ତି । ସେ କହିଛନ୍ତି ଦେଶରେ ପରିବାର ଯୋଜନା, ଜନସଂଖ୍ୟା ସ୍ଥିରତା ଚର୍ଚ୍ଚା ହେଉଛି । ତେବେ ଆମକୁ ମନେ ରଖିବାକୁ ହେବ ଯେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ସଫଳ ହେବା ଆବଶ୍ୟକ, କିନ୍ତୁ ଜନସଂଖ୍ୟା ଅସନ୍ତୁଳନ ପରିସ୍ଥିତି କୈାଣସି ସ୍ଥାନରେ ହେବା ଉଚିତ ନୁହେଁ । ଗୋଟିଏ ବର୍ଗର ଜନସଂଖ୍ୟା ବଢ଼ିଲେ ସମାଜରେ ଅରାଜକତା ବୃଦ୍ଧି ପାଇବ ।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ଉତ୍କୃଷ୍ଟ ଫଳାଫଳ ଦେଇଛି। ମାତୃ ରକ୍ତହୀନତା କ୍ଷେତ୍ରରେ ଏହା ଆଜି 51.1% ରୁ 45.9% କୁ ଖସି ଆସିଛି। ମାତୃ-ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଭଲ ଫଳାଫଳ ଦେଇଛି  । ଶିକ୍ଷା କ୍ଷେତ୍ରରେ ଉତ୍ତରପ୍ରଦେଶ ଆଗେଇଥିବା ବେଳେ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁ ଜିଲ୍ଲାରେ ଉତ୍ତମ ଚିକିତ୍ସା ସୁବିଧା ହୋଇଛି । ଆତ୍ମନିର୍ଭର କ୍ଷେତ୍ରରେ ମଧ୍ୟ ଉତ୍ତରପ୍ରଦେଶ ଉନ୍ନତି କରୁଛି ବୋଲି କହିଥିଲେ ଯୋଗୀ ଆଦିତ୍ୟନାଥ ।

Comments are closed.