ବରଗଡ: ମଣିପୁରରେ ଓଡ଼ିଆ ଯବାନ ସହିଦ । ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବାବେଳେ ଗାଡ଼ି ଦୁର୍ଘଟଣାରେ ବରଗଡର ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ ସହିଦ ହୋଇଥିବା ସୂଚନା ମିଳିଛି । ନୀଳାଞ୍ଚଳ ୨୦୦୪ ମସିହାରୁ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ଏହି ଖବର ମିଳିବା ପରେ ଗାଁରେ ଶୋକାକୂଳ ପରିବେଶ ଲାଗି ରହିଛି।
ସୂଚନା ଅନୁସାରେ, ଗତଶୁକ୍ରବାର ଦିନ ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ ପାଇଁ ଯାଇଥିଲେ ନୀଳାଞ୍ଚଳ । ତେବେ ପାଟ୍ରୋଲିଂ ସମୟରେ ସେମାନଙ୍କ ଗାଡ଼ି ଦୁର୍ଘଟଣା ହୋଇଥିଲା । ସେହି ଦୁର୍ଘଟଣାରେ ତାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି। ବରଗଡ ଜିଲ୍ଲା ଭେଡେନ ବ୍ଲକ ବାଘପାଲ୍ଲୀ ଗ୍ରାମର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ନୀଳାଞ୍ଚଳ ସାନ। ସେ ୨୦୦୪ ମସିହାରେ ଆସାମ ରାଇଫଲରେ ଯୋଗଦାନ କରିଥିଲେ। ସେବେଠାରୁ ସେ ୪୮ ଆସାମ ରାଇଫଲରେ ମଣିପୁରରେ କାର୍ଯ୍ୟରତ ଥିଲେ । ଚାରି ବର୍ଷ ହେଲା ସେ ସ୍ତ୍ରୀ ରାଜେଶ୍ବରୀ ଏବଂ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ। ଆାଜି ଗାଁକୁ ତାଙ୍କ ମରଶରୀର ଆସିବାକୁ ଥିବାବେଳେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହେବ ।
Comments are closed.