Latest Odisha News

ବିଚାରାଧୀନ କଏଦୀର ମୃତ୍ୟୁ

ବରଗଡ: ବରଗଡ଼ ଜିଲ୍ଲା କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି l ମୃତକ ଜଣକ ପାଇକମାଳ ବ୍ଲକ ଅନ୍ତର୍ଗତ ପ୍ରକାଶପୁର ଗ୍ରାମର ୨୬ ବର୍ଷୀୟ ମନୋଜ ପାଇକ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା କାରାଗାରର ଜେଲର l

ବେଆଇନ ମଦ ବିକ୍ରୀ କରୁଥିବା ଅଭିଯୋଗରେ ଗତ ୬ ତାରିଖ ଦିନ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା ମନୋଜ ପାଇକ l କିନ୍ତୁ ବେଲ୍ ନାମଞ୍ଜୁର ହେବାରୁ ତାକୁ ବରଗଡ଼ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା l ଆଜି ଜିଲ୍ଲା ଦୌରା ଜର୍ଜଙ୍କ ଠାରେ ହାଜର ହେଵାକୁ ଥିବା ବେଳେ ଦେହ ଅସୁସ୍ଥତା ଯୋଗୁଁ ସମୟ ମାଗିଥିଲା l

ତେବେ ଜେଲ୍ ହାଜତ ଭିତରେ ମନୋଜର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜେଲ କର୍ତ୍ତୃପକ୍ଷ ବରଗଡ଼ ଟାଉନ ସ୍ଥିତ ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ମାତ୍ର ଡାକ୍ତର ସେଠାରେ ମନୋଜକୁ ମୃତ ଘୋଷଣା କରିଥଲେ l ମନୋଜର ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଜେଲର ସଲମାନ କୁଜୁର ନିଜ ପ୍ରତିକ୍ରିୟାରେ ଜଣାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ହିଁ ସ୍ପଷ୍ଟ ହେବ l

Leave A Reply

Your email address will not be published.