Latest Odisha News

BREAKING NEWS

ଅଭିଯୋଗ ଫର୍ଦ୍ଦରୁ IIC ହଟାଇଥିଲେ ବୀରେନ୍ଦ୍ର ଲାକ୍ରାଙ୍କ ନାଁ, ଟ୍ରେନିଂରେ ଯିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ଆୟୁଷ ରେଡିୟମ୍ ଫ୍ଲାଟରେ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି । ତଦନ୍ତରେ ଅନିୟମିତତା ପାଇଁ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ ।

ଆଇଆଇସି ସମିତା ମିଶ୍ରଙ୍କୁ ବର୍ଷକ ଲାଗି ଫିଲ୍ଡ ପୋଷ୍ଟିଂ ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । ଏଥିସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଥାନା ଅଧିକାରୀ ସମିତା ମିଶ୍ର ଏକ ମାସ ଯାଏ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ରେ ଟ୍ରେନିଂ ନେବେ । ୩ ମାସ ସମୟ ଅବଧି ମଧ୍ୟରେ ଭୁବନେଶ୍ୱର ଡିସିପି ନିଜେ ମୃତ୍ୟୁ ଘଟଣାର ତଦନ୍ତ କରିବେ ।

୨୦୨୨ ଫେବ୍ରୁଆରୀ ୨୮ରେ ଆୟୁଷ ରେଡିୟମ୍ ଆପାର୍ଟମେଣ୍ଟର ୪୦୧ ନମ୍ବର ଫ୍ଲାଟରୁ ଆନନ୍ଦ ଟପ୍ପୋଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଆନନ୍ଦଙ୍କୁ, ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଥିଲେ । ହେଲେ ଅଭିଯୋଗ ଫର୍ଦ୍ଦରୁ ଆଇଆଇସି ବୀରେନ୍ଦ୍ର ଲାକ୍ରାଙ୍କ ନାଁକୁ ବାଦ୍ ଦେଇଥିଲେ ।

ଯାହା ପରେ ଇନଫୋସିଟି ଥାନା ଅଧିକାରୀଙ୍କ ବିରୋଧରେ ଆନନ୍ଦ ଟପ୍ପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଉକ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଆଇଆଇସିଙ୍କୁ ଭର୍ତ୍ସନା କରିବା ସହ ଏଭଳି ମାମଲା ପ୍ରତି ସମ୍ବେଦନଶୀଳ ହେବାକୁ କହିଛନ୍ତି ।

Leave A Reply

Your email address will not be published.