Latest Odisha News

BREAKING NEWS

ମସ୍କୋ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ହଜାର କୋଟି କ୍ଷତି ଆଶଙ୍କା

ମସ୍କୋ: ରୁଷର ରାଜଧାନୀ ମସ୍କୋର ଏକ ଶପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ସୂଚନା ଅନୁସାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖିମକି ଶପିଂ ଆଣ୍ଡ ଏଂଟରଟେନମେଂଟ ସେଟଂରରେ ସକାଳ ୧୦ଟା ୪୫ରେ ଏହି ଅଗ୍ନକାଣ୍ଡ ଘଟିଥିଲା । ନିମିଷକ ମଧ୍ୟରେ ୭୦୦୦ ବର୍ଗ ମିଟର ଅଂଚଳକୁ ଏହି ବ୍ୟାପି ଯାଇଥିଲା । ୭୦ରୁ ଅଧିକ ଫାୟର ଫାଇଟର୍ସ ଓ ୨୦ ଅଗ୍ନିଶମ ବିଭାଗ ଟ୍ରକର ଅକ୍ଳାନ୍ତ ପରିଶ୍ରମ ଯୋଗୁ ଏବେ ଏହା ଉପରେ ନିୟନ୍ତ୍ରଣ ଅଣା ଯାଇପାରିଛି । ଏହି ଅଗ୍ନିକାଣ୍ଡ ଯୋଗୁ ୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆଶଙ୍କା ପ୍ରକାଶ କରାଯାଉଛି ।

କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଏହା ପଛରେ ଷଡଯନ୍ତ୍ର ଅଛି କି ନାହିଁ ତାହା ମଧ୍ୟ ତଦନ୍ତ କରିବ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିଆଁ ଲାଗିବା କିଛି ସମୟ ପରେ ଛାତ ଖସି ପଡିଥିଲା ଏବଂ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା ।

Leave A Reply

Your email address will not be published.