Latest Odisha News

BREAKING NEWS

ଇନଫୋସିଟି ଥାନାରେ ହାଜର ହେଲେ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ଲାକ୍ରା ଥାନାରେ ହାଜର ହୋଇଛନ୍ତି । ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ବୀରେନ୍ଦ୍ର ଲାକ୍ରା ଆଜି ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହୋଇଛନ୍ତି । ହାଜର ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଏଡିସିପି, ଏସିପି, ଆଇଓଙ୍କ ଉପସ୍ଥିତିରେ ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।

ଭୁବନେଶ୍ୱର ଆୟୁଷ ରେଡିୟମ୍ ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଗତ ଫେବ୍ରୁଆରୀ ୨୮ ତାରିଖରେ ଆନନ୍ଦ ଟପ୍ପୋଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ଘଟଣାରେ ବୀରେନ୍ଦ୍ରଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା ।

ଗତ ସପ୍ତାହରେ ଏ ମାମଲାର ଶୁଣାଣି କରି ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ । ଆସନ୍ତା ୩ ମାସ ଭିତରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆଜି ଇନଫୋସିଟି ଥାନାରେ ବୀରେନ୍ଦ୍ର ଲାକ୍ରାଙ୍କୁ ପୋଲିସ ପଚରାଉଚରା କରିଛି ।

Leave A Reply

Your email address will not be published.