Latest Odisha News

BREAKING NEWS

ପୁଣି LACରେ ଚୀନର ଦାଦାଗିରି, ୩୦୦ ଚୀନ ସୈନିକଙ୍କୁ ଘଉଡ଼ାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ଭାରତୀୟ ସୀମାରେ ପଶିବାକୁ ଚୀନ ସୈନିକଙ୍କ ଉଦ୍ୟମ । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଦେଶର ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେ ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଥିବା ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।

ସୂଚନା ଅନୁସାରେ, ତୱାଙ୍ଗରେ ଚୀନର ପିପୁଲ୍ସ ଲିବେରେସନ୍ ଆର୍ମି ଏଲଏସି ପହଞ୍ଚିବାକୁ ଉଦ୍ୟମ କରିଥିଲା । ଚୀନ ସୈନିକଙ୍କୁ ଉଦ୍ୟମକୁ ସେଠାରେ ମୁତୟନ ଭାରତୀୟ ଯବାନ ଦୃଢ଼ତା ଓ ଶକ୍ତିର ସହ ବିରୋଧ କରିଥିଲେ । ଏହି ସମୟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ସଂଘର୍ଷରେ ୨ ଦେଶର ଅନେକ ଯବାନ ଆହତ ହୋଇଛନ୍ତି ।

ମୁହାଁମୁହିଁ ପରେ ଏଲଏସିରୁ ପଛଘୁଞ୍ଚା ଦେଇଛନ୍ତି ଚୀନ ସୈନିକ । କୁହାଯାଉଛି, ୩୦୦ରୁ ଅଧିକ ଚୀନ ସୈନିକ ୧୭ ହଜାର ଫୁଟ୍ ଉପରେ ଏକ ପାହାଡ଼ ଆଡ଼କୁ ବଢ଼ୁଥିଲେ । ଯାହାକୁ ରୋକିବାରେ ଭାରତୀୟ ସେନା ସକ୍ଷମ ହୋଇଛି ।

ସଂଘର୍ଷ ପରେ ଘଟଣାସ୍ଥଳରୁ ୨ ଦେଶର ସୈନିକ ପଛକୁ ହଟିଛନ୍ତି । ଭାରତୀୟ ସେନାର କମାଣ୍ଡର ଓ ଚୀନ କମାଣ୍ଡର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଫ୍ଲାଗ ମିଟିଂ କରି ଅଞ୍ଚଳରେ ଶାନ୍ତି ପାଇଁ ପ୍ରଚେଷ୍ଟା କରୁଛନ୍ତି । ଗତବର୍ଷ ଅକ୍ଟୋବରରେ ମଧ୍ୟ ଭାରତୀୟ ସେନା ଚୀନକୁ ରୋକିଥିଲା ।

୨୦୨୦ ମେରେ ଲଦାଖର ଗଲୱାନରେ ଚୀନ ବିଶ୍ୱାସ ଘାତକତା କରିଥିଲା । ଏଲଏସିରେ ଚୀନ ଯବାନ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଭାରତର ପ୍ରତି ଆକ୍ରମଣରେ ଚୀନର ଅନେକ ଯବାନ ମୃତାହତ ହୋଇଥିଲେ ।

Leave A Reply

Your email address will not be published.