Latest Odisha News

BREAKING NEWS

[ଭିଡ଼ିଓ] କରୋନା ପ୍ରଭାବିତଙ୍କୁ ସାହା ‘ଅମୃତ’

ମାଲକାନଗିରି: କରୋନା ମହାମାରୀରେ ବହୁତ ଲୋକ ସର୍ବହରା ହୋଇପଡ଼ିଛନ୍ତି । କିଛି ପରିବାର ହରାଇଥିବା ବେଳେ କିଛି ବେରୋଜଗାରିଆ ପାଲଟି ଯାଇଛନ୍ତି । ଏବେ ବି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇନି । ମାଲକାନଗିରି ଜିଲ୍ଲାର ସେହିଭଳି କିଛି ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଆନନ୍ଦମାର୍ଗ ୟୁନିଭର୍ସାଲ ଟିମ୍ ବା ଅମୃତ । ୧୧୧ଟି ପଞ୍ଚାୟତରେ ଏହି ସଂସ୍ଥା ଯୋଗାଇ ଦେଉଛି ମାଗଣା ରାସନ ଆଉ ଶୀତ ବସ୍ତ୍ର ।

ତାଇବାନ ଦେଶର ସୁଜି-ଛି ଫାଉଣ୍ଡେସନ ନାମକ ଏକ ସଂସ୍ଥାର ଆର୍ଥିକ ସହାୟତାରେ ଭାରତର ଅମୃତ ସଂଗଠନ ଓଡିଶାର କେବିକେ ଜିଲ୍ଲାର ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ପ୍ରଥମ ଦିନରେ ଲୋକଙ୍କ ପାଖରେ ଏହି ଖାଦ୍ୟ ବଣ୍ଟନ କରାଯାଇଥିବା ବେେଳେ ଏହାକୁ ସ୍ୱାଗତ କରାଯାଇଛି । ଜିଲ୍ଲାର ୨୨ ଶହ ଗରିବ ଲୋକଙ୍କୁ ଏହି ସହଯୋଗ କରାଯିବ ।

କରୋନା ମହାମାରୀ ସମୟରେ ପ୍ରଭାବିତ ଲୋକମାନଙ୍କୁ ଏହି ସାହାଯ୍ୟ ସହଯୋଗକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.