Latest Odisha News

BREAKING NEWS

ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବା ଲୋଭରେ କୂଅରେ ଖସିପଡ଼ିଲା ଭାଲୁ । ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା ଭାଲୁ । ଭାଲୁଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଭାଲୁଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ।

ଶେଷରେ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍‌ଥଳରେ ପହଂଚିଥଇଲା ବନବିଭାଗ । ପ୍ରାୟ ସାଢେ ତିନି ଘଣ୍ଟା କସରତ ପରେ କୂଅ ଭିତରୁ ଭାଲୁଟିକୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.