Latest Odisha News

BREAKING NEWS

ସ୍ବାସ୍ଥ୍ୟ ମିଶନରେ ସାମିଲ୍ ହେଲା ଆନନ୍ଦପୁର ପୌର ପରିଷଦ ସହରାଂଚଳ

ଭୁବନେଶ୍ବର: କେନ୍ଦୁଝର ଆନନ୍ଦପୁର ପୈାର ପରିଷଦ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ। ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଦୃତ ବିକାଶ ନିମନ୍ତେ  ରାଜ୍ୟ ସରକାର ଏହି ପୈାର ପରିଷଦକୁ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।

ଏହି ପୈାର ପରିଷଦକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୫୦ଟି ପୈାରାଂଚଳ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ ହେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମୁଖ୍ୟତଃ ୫୦ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଥିବା ସହରାଂଚଳକୁ ଏହି ମିଶନରେ ସାମିଲ ନିମନ୍ତେ ବିଚାର କରାଯାଇଥାଏ । ମିଶନରେ ସାମିଲ ହେଲେ ଉକ୍ତ ଅଂଚଳରେ ସାର୍ବଜନୀନ ଟୀକା କରଣ ସହ ମହିଳା ଓ ଶିଶୁ ଯତ୍ନ ଆଦି ସେବା ଯୋଗାଣ ଅଧିକ ସରଳ ଓ ସୁଗମ ହୁଏ । ସହରାଂଚଳରେ ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର ଖୋଲାଯାଏ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ ହୋଇଥିବା ସହରମାନଙ୍କରେ ୫୫ ଟି ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସମୁଦ୍ୟ ୧୨୨ ଟି ହେଲଥ୍ ଆଣ୍ଡ୍ ୱେଲନେସ୍ କେନ୍ଦ୍ର କାର୍ଯ୍ୟକ୍ଷମ କରିବା ପାଇଁ ଳକ୍ଷ୍ୟରଖି କ୍ଷେତ୍ରସ୍ତରିୟ କାର୍ଯ୍ୟାନ୍ବୟନ ତ୍ଵରାନ୍ବିତ କରାଯାଇଛି ।

 

 

Leave A Reply

Your email address will not be published.