Latest Odisha News

BREAKING NEWS

ପନ୍ତ କହିଲେ, ଏଥର ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ମୁମ୍ବାଇ:ଭାରତର ଷ୍ଟାର ଖେଳାଳି ରିଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତଙ୍କ କ୍ରିକେଟପ୍ରେମୀଙ୍କୁ ବ୍ୟଥିତ କରିଥିଲା । ତାଙ୍କ ଅସ୍ତ୍ରୋପଚାର ସଫଳ ହେବା ପରେ ପ୍ରଥମ ଥର ପାଇଁ ପନ୍ତ ଟୁଇଟ କରିଛନ୍ତି । ସେ ତାଙ୍କ ଟୁଇଟରେ ରିକଭରୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଖୁବ ଶୀଘ୍ର ସୁସ୍ଥ ହେବି ଓ ପଡିଆକୁ ଫେରିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ସରକାର, ବିସିସିଆଇ ଏବଂ ସେକ୍ରେଟାରୀ ଜୟ ଶାହଙ୍କ ସମେତ ସାଥୀ ଖେଳାଳିଙ୍କ ସହଯୋଗକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ, ମାଆଙ୍କୁ ଦେଖା କରିବା ପାଇଁ ପନ୍ତ ଏକାକୀ କାର ଚଳାଇ ଆସୁଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

 

ଗୁରୁତର ଆହତ ପନ୍ତଙ୍କୁ ପ୍ରଥମେ ଡେରାଡୁନ ମ୍ୟାକ୍ସ ହସ୍ପିଟାଲରେ ଏବଂ ପରେ ମୁମ୍ବାଇର କୋକିଲାବେନ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପନ୍ତଙ୍କ ଏହି ଟୁଇଟ ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଦୁର୍ଘଟଣା ପରେ ରଜତ କୁମାର ଓ ନିଶୁ କୁମାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ଦୁଇ ଜଣ ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ପଂହଚାଇଥିଲେ ।

Leave A Reply

Your email address will not be published.