ମୁମ୍ବାଇ: ଶେଷ ହେଲା ଅନନ୍ତ ଅମ୍ବାନିଙ୍କ ଦ୍ବାରିକା ପଦଯାତ୍ରା । ଦୀର୍ଘ ୧୩୦ କିମି ଯାତ୍ରା କରି ଶେଷରେ ଦ୍ବାରିକାଧୀଶଙ୍କୁ ଦର୍ଶନ କରିଛନ୍ତି ଅନନ୍ତ । ଅନନ୍ତ ଅମ୍ବାନୀଙ୍କ ସହ ମା’ ନୀତା ଅମ୍ବାନୀ ଓ ପତ୍ନୀ ରାଧିକା ମର୍ଚାଣ୍ଟ ମଧ୍ୟ ଦ୍ଵାରିକାଧୀଶଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ଦର୍ଶନ କରିବା ସହ ସମସ୍ତଙ୍କ ମଙ୍ଗଳକାମନା କରିଛନ୍ତି ଅମ୍ବାନୀ ପରିବାର ।
ତେବେ ଅନନ୍ତ ଅମ୍ବାନୀ ଜମନଗରର ମୋତି ଖାୱଡିରୁ ତାଙ୍କର ପାଦଯାତ୍ରା ଆରମ୍ଭ କରିଥିଲେ । ସ୍ଥାନୀୟ ପୋଲିସର ସୁରକ୍ଷାରେ ପ୍ରତିଦିନ ରାତିରେ ୧୦-୧୨ କିଲୋମିଟର ଯାତ୍ରା କରୁଥିଲେ ଅନନ୍ତ ଅମ୍ବାନୀ । Z+ ସୁରକ୍ଷା ଭିତରେ ପଦଯାତ୍ରା କରୁଥିଲେ ଅନନ୍ତ। ପୂର୍ବରୁ ଅନନ୍ତ ଦ୍ୱାରକାର ଦ୍ୱାରକାଧିଶୀ ମନ୍ଦିରରେ ପ୍ରାର୍ଥନା ଓ ନୈବେଦ୍ୟ ସହିତ ତାଙ୍କର ୩୦ତମ ଜନ୍ମଦିନ ପାଳନ କରିବେ ବୋଲି କହିଥିଲେ ଅନନ୍ତ ।
ଗତକାଲି ଶେଷ ହୋଇଛି ଅନନ୍ତ ଅମ୍ବାନିଙ୍କ ଦ୍ବାରିକା ପଦଯାତ୍ରା । ଦ୍ବାରିକାଧୀଶଙ୍କୁ ଦର୍ଶନ କରି ଭଗବାନ ସମସ୍ତଙ୍କୁ ଖୁସି, ସନ୍ତୁଷ୍ଟ ଓ ସୁସ୍ଥ ରଖିବାକୁ ପ୍ରାର୍ଥନା କରିଥିଲେ ଅନନ୍ତ ଏବଂ ତାଙ୍କ ମା ଓ ପତ୍ନୀ । ଦର୍ଶନ ବେଳେ ଅନନ୍ତ ଅମ୍ବାନି କହିଛନ୍ତି ଯେ, “ମୁଁ ଯେକୌଣସି କାମ ଆରମ୍ଭ କରିବା ପୂର୍ବରୁ ଦ୍ୱାରକାଧିଶଙ୍କୁ ମନେ ପକାଉଥିଲି। ବିନା କୌଣସି ଦ୍ଵନ୍ଦରେ ଏହା ଶେଷ ହୋଇଛି । ଦ୍ୱାରକାର ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ।”
Comments are closed.