Latest Odisha News

BREAKING NEWS

ଭାଲେଣ୍ଟାଇନ୍ ଡେ’: ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସିକ୍ରେଟ୍ ସେଲିବ୍ରେସନ୍

ନୂଆଦିଲ୍ଲୀ: ଫେବୃଆରୀ ୧୪କୁ ଆମେ ଭାଲେଣ୍ଟାଇନ୍ ଡେ’ ଭାବେ ପାଳନ କରୁଛୁ । ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରେମ ସପ୍ତାହର ଆଜି ଶେଷ ଦିନ । ଭାଲେଣ୍ଟାଇନ୍ ଡେ’କୁ ନେଇ ଯୁବପୀଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳେ । ପାର୍କ, ଫିଲ୍ମ ହଲ୍ ଓ ହୋଟେଲରେ ପ୍ରେମୀ ଯୁଗଳଙ୍କ ଭିଡ଼ । ତେବେ ବଲିଉଡରେ ବି ଭାଲେଣ୍ଟାଇନ୍ ଡେ’ର ସେଲିବ୍ରେସନ ଦେଖିବାକୁ ମିଳିଛି । ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏହି ପ୍ରେମ ଦିବସକୁ ସ୍ୱତନ୍ତ୍ର  ଭାବେ ପାଳନ କରିଛନ୍ତି ।  ଇନଷ୍ଟାଗ୍ରାମରେ ଅନନ୍ୟା କିଛି ଫୋଟ ଶେୟାର କରିଛନ୍ତି । ପ୍ରଥମ ଫୋଟରେ ସେ କାରରେ ବସି ହାର୍ଟ ସେଫର ଏକ ବେଲୁନ୍ ଧରିଥିବା ଦେଖିବାକୁ ମିଳିଛି ।

ସେହପରି ତାଙ୍କ ଦ୍ୱିତୀୟ ଫୋଟରେ ଫୁଲର ଗୁଚ୍ଛ ଧରିଥିବା ଦେଖିବାକୁ ମିଳିଛି । ତେବେ ଅନନ୍ୟା ଓ ଆଦିତ୍ୟ ରୟ କପୁରଙ୍କ ପ୍ରେମ ସଂପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଅନନ୍ୟା ଓ ଆଦିତ୍ୟ ରୟ କପୁର ସେମାନଙ୍କ ସଂପର୍କକୁ ନେଇ ଚୁପ୍ ରହିଛନ୍ତି । ଉଭୟଙ୍କୁ  ଏକାଠି ସମୟ ବିତାଇଥିବା ଦେଖିବାକୁ ମିଳିଛି । ଏମିତି କି ଏକାଠି  ଛୁଟି ଦିନ ବିତାଇଥିବା ସ୍ପଟ୍ କରାଯାଇଛି । ଅତିଶୀଘ୍ର ଉଭୟ ସେମାନଙ୍କ ରେଲସନଙ୍କୁ  ନେଇ ମୁହଁ ଖୋଲି ପାରନ୍ତି ବୋଲି ଆଶା କରାଯାଉଛି ।

ଆଗାମୀ ଫିଲ୍ମ ‘କକଟେଲ ୨’ ଅନନ୍ୟାଙ୍କୁ ଦେଖିବାକୁ ମିଳିବ । ନିକଟରେ ସାରା ଅଲ୍ଲୀ ଖାନ୍ ଓ ଅନନ୍ୟା ପାଣ୍ଡେଙ୍କୁ ମ୍ୟାଡକ ଫିଲ୍ମସର ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.