Latest Odisha News

BREAKING NEWS

ପବିତ୍ର ସରସ୍ଵତୀ ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଗଞ୍ଜାମ ଜିଲ୍ଲା ଶେରଗଡକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ପବିତ୍ର ସରସ୍ଵତୀ ପୂଜା ଅବସରରେ ଗଞ୍ଜାମ ଶେରଗଡ଼ବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଶେରଗଡକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ପାଇଁ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି । ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ ଦେଶର ଶ୍ରେଷ୍ଠ ବ୍ଲକ ଭାବେ ନୂତନ ପରିଚୟ ହାସଲ କରିଛି । ହିଞ୍ଜିଳି ଶେରଗଡର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଓ ଜମିକୁ ଜଳସେଚନ କରାଯାଉଛି । ଆପଣଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଓ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ପାଖରେ ଋଣୀ ।

ନବୀନ ପଟ୍ଟନାୟକ ଆହୁରୀ ମଧ୍ୟ କହିଛନ୍ତି ଯେ, ୫-ଟି ବ୍ୟବସ୍ଥାରେ ରୂପାନ୍ତରଣ କାର୍ଯ୍ୟକ୍ରମ ହିଞ୍ଜିଳି ଶେରଗଡରୁ ଆରମ୍ଭ ହୋଇଥିଲା । ମା’ ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏବେ ରାଜ୍ୟର ୮୦୦୦ ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି । ଲୋକଙ୍କ ଖୁସି ମୋତେ ବହୁତ ଆନନ୍ଦ ଦେଇଛି । ଖୁବଶୀଘ୍ର ହସ୍ପିଟାଲ ରୂପାନ୍ତରଣ କାମ ଆରମ୍ଭ ହେବାକୁ ଯାଉଛି ।

 

Leave A Reply

Your email address will not be published.