Latest Odisha News

BREAKING NEWS

ଆନ୍ଧ୍ରର ରେକର୍ଡ; ଗୋଟିଏ ଦିନରେ ୧୨ ଲକ୍ଷ ଟିକାକରଣ

ହାଇଦ୍ରାବାଦ- ଗୋଟିଏ ଦିନରେ ସର୍ବାଧିକ ଟିକାକରଣରେ ରେକର୍ଟ କରିଛି ଆନ୍ଧ୍ରପ୍ରଦେଶ। ରବିବାର ସନ୍ଧ୍ୟା ଟା ସୁଦ୍ଧା ୧୨.୫୬ଲକ୍ଷ ଟିକା ନେଇଛନ୍ତି। ଏହା ସହିତ କୋଟିଏ ଟିକାକରଣର ଟାର୍ଗେଟ ମଧ୍ୟ ହାସଲ କରି ନେଇଛି ଆନ୍ଧ୍ରପ୍ରଦେଶ। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଗୋଟିଏ ଦିନରେ ସର୍ବାଧିକ ୬ଲକ୍ଷ ଲୋକଙ୍କୁ ଟିକା ଦେଇ ରେକର୍ଡ କରିଥିଲା। ଆଜି ସକାଳ ୬ଟାରୁ ୨ହଜାରରୁ ଅଧିକ ସେସନ ସାଇଟରେ ଟିକାକରଣ ଆରମ୍ଭ ହୋଇଥିଲା। ୪୫ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୫ ବର୍ଷରୁଅଧିକ ବୟସ୍କ ଶିଶୁଙ୍କ ମାଆମାନଙ୍କୁ ଆଜିର ଟିକାକରଣରେ ଗୁରୁତ୍ଵ ଦିଆଯାଇଥିଲା।

ଆଜି ଆନ୍ଧ୍ରରେ ୫୬୪୬ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୭,୭୭୨ ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

Comments are closed.