Latest Odisha News

ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକା ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର । ମିନ୍ନେସୋଟା ମାପଲଗ୍ରୋଭରେ ଗୁଣ୍ଡିଚା ମନ୍ଦିର ଶୁଭ ଉଦଘାଟନ ହୋଇଛି । କୋଭିଡ ମହାମାରୀ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ସଦସ୍ୟ ଆମି କ୍ଲୋବୁଚର୍ ଓ ମେୟର ମାର୍କ ରିବନ କାଟି ଗୁଣ୍ଡିଚା ମନ୍ଦିରର ଉଦଘାଟନ କରିଥିଲେ ।

ମିନ୍ନେସୋଟାର ରାଜ୍ୟପାଳ ଟିମ୍ ୱାଲଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ଉତ୍ସବରେ ୫୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ହୋମ ଏବଂ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ଶେଷରେ ସନ୍ଧ୍ୟାରେ ‘‘ନୀଳ କମଳ’’ ନାମକ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.