Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ନୂତନ ସରକାରୀ ଭବନ ନିର୍ମାଣ ପାଇଁ ପଡ଼ିଲା ମୂଳଦୁଆ

କୋରାପୁଟ : କୋଟିଆ କବଜା କରିବାକୁ ଆଉ ପାଦେ ଆଗେଇଛି ଆନ୍ଧ୍ର । କୋଟିଆରେ ଆନ୍ଧ୍ର ସରକାର ପୁଣି କରିଛନ୍ତି ଜୋର ଜବରଦସ୍ତ ଅନୁପ୍ରବେଶ । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫାଟୁସିନେରୀ ଅଞ୍ଚଳରେ ପଞ୍ଚାୟତ ଗୃହ, ଅଙ୍ଗନବାଡି କେନ୍ଦ୍ର, କୃଷକ ଭବନର ଗୃହର ଭୂମି ପୂଜନ କରିଛି ଆନ୍ଧ୍ର ।

ସେହିପରି ପାର୍ବତୀପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ପି. କୁର୍ମନାଥ ଓ ବିଭିନ୍ନ ସରକାରୀ ଅଧିକାରୀ ଫାଟୁସିନେରୀରେ ପଞ୍ଚାୟତ କାର୍ଯ୍ୟାଳୟ, ଆରୋଗ୍ୟ ଭବନ ଓ ଅଙ୍ଗନବାଡି କେନ୍ଦ୍ରର ମୂଳଦୁଆ ପକାଇଥିବା ବେଳେ, ଫଗୁଣସିନେରୀରେ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଓ କୃଷକ ଭରସା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି କୋଟିଆ ପଞ୍ଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥି ସହିତ ଏହି ଅଞ୍ଚଳରେ ବୃକ୍ଷ ରୋପଣ କରିଛନ୍ତି ଆନ୍ଧ୍ର ଅଧିକାରୀ ।

କୋଟିଆ ପଞ୍ଚାୟତର ୨୧ଟି ଗାଁ ଉପରେ ଅଧିକାର ସାବ୍ୟସ୍ତ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି । ଏଭଳି ସ୍ଥିତିରେ ଫାଟୁସିନେରୀକୁ ପଞ୍ଚାୟତ ମାନ୍ୟତା ଦେଇ ସେଠାରେ ନିର୍ବାଚନ କରିଛି ଆନ୍ଧ୍ର । ଏହାସହ ସୀମାନ୍ତ ଗାଁରେ ଲୋକଙ୍କୁ ବାରମ୍ବାର ଜମି ପଟ୍ଟା ଏବଂ ରାସନ ସାମଗ୍ରୀ ବାଣ୍ଟିଛନ୍ତି ଆନ୍ଧ୍ର ସରକାର ।

Leave A Reply

Your email address will not be published.