Latest Odisha News

BREAKING NEWS

ବଡ଼ ଭଉଣୀର ଚିକିତ୍ସା ପାଇଁ ବିକ୍ରି ହେଲା ସାନ ଭଉଣୀ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଏକ ଦମ୍ପତି ୧୬ ବର୍ଷର ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରଦାନ କରିବାରେ ଅସମର୍ଥ ହୋଇପଡ଼ିବାରୁ ନିଜ ୧୨ ବର୍ଷର ଝିଅକୁ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କୁ ବିକ୍ରି କରିବା ଘଟଣା ଆନ୍ଧ୍ରପ୍ରଦେଶର ନେଲୋରରେ ଆଲୋଡନ ସୃଷ୍ଟି କରିଛି।

ଘଟଣାକ୍ରମ ହେଉଛି, ଉକ୍ତ ଦମ୍ପତିଙ୍କ ବଡ଼ ଝିଅ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ। ଝିଅର ଚିକିତ୍ସା ପାଇଁ ପିତାମାତାଙ୍କ ନିକଟରେ ସାମର୍ଥ୍ୟ ଅନୁଯାୟୀ ଅର୍ଥ ନ ଥିବାରୁ ସେମାନେ ତାଙ୍କ ସାନ ଝିଅକୁ ବିକ୍ରି କରିଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ୧୨ ବର୍ଷର ଝିଅକୁ ଚିନ୍ନା ସବବାଇୟା ନାମକ ଜଣେ ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ସେ ବୁଧବାର ଝିଅକୁ ବିବାହ କରିଥିଲେ। ଏହାର ଗୋଟିଏ ଦିନ ପରେ ତାଙ୍କୁ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ଅଧିକାରୀମାନେ ଉଦ୍ଧାର କରି ଜିଲ୍ଲା ଶିଶୁ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।

ସୂଚନା ମୁତାବକ ଉକ୍ତ ଦମ୍ପତି କୋଟୁର ବାସିନ୍ଦା। ଦମ୍ପତି ସେମାନଙ୍କ ପଡୋଶୀ ସୁବାଇୟାଙ୍କ ନିକଟକୁ ଆସିଥିଲେ।

ପୋଲିସର ସୂଚନାନୁସାରେ, ବୈବାହିକ ମତଭେଦ ପରେ ସୁବାୟାଙ୍କ ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ। ଶିଶୁ ସେବା କେନ୍ଦ୍ର ଦ୍ୱାରା ଝିଅଟିକୁ ଉଦ୍ଧାର କରାଯାଇଥିଲା।

ତାଙ୍କୁ କିଣିବା ପରେ ବୁଧବାର ରାତିରେ ସୁବାୟା ଝିଅକୁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆଣିଥିଲେ। ପଡୋଶୀମାନେ ପିଲାଟିର ଚିତ୍କାର ଓ କାନ୍ଦ ଶୁଣିଥିଲେ। “ସେମାନେ (ପଡ଼ୋଶୀ) ସୁବାୟାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇ କ’ଣ ଘଟୁଛି ପଚାରି ବୁଝିଥିଲେ। ଏହା ପରେ ସେମାନେ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇଥିଲେ।

ପୋଲିସ ସୁବାୟାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ପଚରାଉଚରା କରୁଛି।

Leave A Reply

Your email address will not be published.