Latest Odisha News

ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତାଙ୍କ ତଥ୍ୟ ଚୋରି ପାଇଁ ଚେଷ୍ଟା କରୁଛନ୍ତି ଚୀନ୍ ଓ ଋଷ ହ୍ୟାକର୍ସ

ନୂଆଦିଲ୍ଲୀ: ଚୀନ ଓ ଋଷିଆ ହ୍ୟାକର୍ସ ଭାରତୀୟ କୋଭିଡ୍ ଭ୍ୟାକ୍ସିନ୍ ନିର୍ମାତା, ଉତ୍ପାଦନକାରୀ ଓ କର୍ତ୍ତୃପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଟେଲ୍ ଫାର୍ମର ରିପୋର୍ଟ ଅନୁସାରେ, ହ୍ୟାକର୍ସ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ପତଞ୍ଜଳି ଓ ଏମ୍ସରୁ ତଥ୍ୟ ଚୋରି ପାଇଁ ଉଦ୍ୟମ କରୁଛନ୍ତି ।

ରିପୋର୍ଟ ଅନୁସାରେ- ରୋଗୀଙ୍କ ଡାଟା, କୋଭିଡ୍-୧୯ ଭ୍ୟାକ୍ସିନ୍ ଅଧ୍ୟୟନ ତଥ୍ୟ, କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟ ଓ ସପ୍ଲାଏ ଚେନ୍ ତଥ୍ୟ ହ୍ୟାକିଂ ପାଇଁ ପ୍ରାୟ ୧୫ଟି ହ୍ୟାକିଂ କ୍ୟାମ୍ପେନ୍ ଚାଲିଛି ।

ଭାରତ ସହ ୧୨ଟି ଦେଶ ଯଥା ଜାପାନ, ଆମେରିକା, ୟୁନାଇଟେଡ୍ କିଙ୍ଗଡମ୍, ଅଷ୍ଟ୍ରେଲିଆ, ସ୍ପେନ୍, ଇଟାଲୀ ଓ ଜର୍ମାନୀ ଉପରେ ହ୍ୟାକର ନଜର ରଖିଛନ୍ତି । ସେହିଭଳି ମାଇକ୍ରୋସଫ୍ଟ ଅନୁସାରେ, କୋଭିଡ୍-୧୯ ଭ୍ୟାକ୍ସିନ୍ ନେଇ ଗବେଷଣା କରୁଥିବା ୭ଟି ବଡ଼ କମ୍ପାନୀ ଉପରେ ଉତ୍ତର କୋରିଆ ଓ ଋଷିଆ ଆଖି ରଖିଛନ୍ତି ।

ରିପୋର୍ଟ ଅନୁସାରେ, ହ୍ୟାକର୍ସ ନିୟମିତ ଭାବେ ବଡ଼ ଫାର୍ମା କମ୍ପାନୀ ଓ କରୋନା ଭ୍ୟାକ୍ସିନ୍ ସହ ଜଡ଼ିତ କାନାଡ଼ା, ଫ୍ରାନ୍ସ, ଭାରତ, ଦକ୍ଷିଣ କୋରିଆ ଓ ଆମେରିକାକୁ ଟାର୍ଗେଟ୍ କରୁଛନ୍ତି । ବିଶେଷକରି ଋଷିଆ, ଷ୍ଟ୍ରୋଣ୍ଟିଅମ, ଫାନ୍ସି ବିଅର ଏବଂ ଉତ୍ତର କୋରିଆ ଜିଙ୍କ ଓ ସେରିଅମ୍ ଗ୍ରୁପ୍ ଏଥିରେ ସାମିଲ୍ ଅଛନ୍ତି । ପୂର୍ବରୁ ଉତ୍ତର କୋରିଆର ହ୍ୟାକର୍ସ ଫାଇଜରର କମ୍ପ୍ୟୁଟର ହ୍ୟାକିଂ ନେଇ ଉଦ୍ୟମ କରିଥିବା ଦକ୍ଷିଣ କୋରିଆ କହିଥିଲା ।

Leave A Reply

Your email address will not be published.