Latest Odisha News

ଚିଙ୍ଗୁଡ଼ି ଫାର୍ମରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା, ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ

ରାୟଗଡା : ଜାତୀୟ ମାନବାଧୀକାର କମିଶନରେ ପହଞ୍ଚିଲା ଆନ୍ଧ୍ର ଚିଙ୍ଗୁଡ଼ି ଫାର୍ମରେ ୬ ଓଡ଼ିଆ ଶ୍ରମିକ ଜୀବନ୍ତ ଦଗ୍ଧ ଘଟଣା । ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ରୁଜୁ ହୋଇଛି ମାମଲା । ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧୀକାର କମିଶନରେ ରୁଜୁ କରିଛନ୍ତି ମାମଲା । ଘଟଣାରେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଏହାସହ ଶିଶୁ ଶ୍ରମିକ ଆଇନ ଉଲ୍ଲଙ୍ଘନକାରୀ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

BjdElectrycity

ଅନ୍ୟପଟେ ବିଦ୍ୟୁତ୍ ଆଘାତରେ ଏହି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେମାନଙ୍କୁ ନିର୍ଯାତନା ଦିଆଯାଇ ମାରି ଦିଆଯାଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ । ଘଟଣା ସ୍ଥଳରେ ଆନ୍ଧ୍ର ପୋଲିସ୍ ତଦନ୍ତ କରିଛି । ଶ୍ରମିକ ମୃତ୍ୟୁ ନେଇ କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର । ଏହି ଘଟଣାରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡିଙ୍କ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

Leave A Reply

Your email address will not be published.