Latest Odisha News

BREAKING NEWS

ପ୍ରକାଶ ପାଇଲା +୨ ରେଜଲ୍ଟ : ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟ ୯୪.୯୬%

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ତେବେ ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟରେ ୯୪.୯୬% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୯୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ହଜାର ୧୯୮ ଜଣ ଛାତ୍ର ରହିଥିବା ବେଳେ, ୩୯ ହଜାର ୭୫୩ ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ମୋଟ ୫୫ ହଜାର ୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ବିତୀୟ ଶ୍ରେଣୀରେ ୧୬ ହଜାର ୯୪୩ ଓ ତୃତୀୟ ଶ୍ରେଣୀରେ ୧୪ ହଜାର ୬୩୧ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବିଜ୍ଞାନରେ ଏକ୍ସ ରେଗୁଲାର ପାସ୍ ହାର ୭୧.୨୭% ରହିଛି ।

ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପ୍ରଥମ ଶ୍ରେଣୀରେ ୮ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ, ଦ୍ୱିତୀୟ ଶ୍ରେଣୀରେ ୫ ହଜାର ୬୯୨ ଓ ତୃତୀୟ ଶ୍ରେଣୀରେ ୯ ହଜାର ୬୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ବାଣିଜ୍ୟରେ ଏକ୍ସ ରେଗୁଲାର ପାସ୍ ହାର ୫୪.୭୮% ରହିଛି ।

Leave A Reply

Your email address will not be published.