Latest Odisha News

ଭାଇରାଲ ହେଉଛି ନିଆରା ବିବାହ ନିମନ୍ତ୍ରଣ କାର୍ଡ; ଦେଖିଲେ ଲାଗିବ ପରୀକ୍ଷା ପ୍ରଶ୍ନପତ୍ର…

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏକ ଦମ୍ପତିଙ୍କ ନିଆରା ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି। ନିମନ୍ତ୍ରଣ କାର୍ଡ ଜରିଆରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଏହି ଦମ୍ପତି। ଯାହାକୁ ଦେଖିଲେ ପାରମ୍ପାରିକ କାର୍ଡ ଅପେକ୍ଷା ଏହା ଏକ ପରୀକ୍ଷା ପ୍ରଶ୍ନ ପତ୍ର ଭଳି ମନେ ହେବ।

ପଶ୍ଚିମ ଗୋଦାବରୀ ଜିଲ୍ଲାର ପେନୁମନ୍ତରା ମଣ୍ଡଳର ମାର୍ଟେରୁ ଗାଁର ଆସିଷ୍ଟାଣ୍ଟ୍ ପ୍ରଫେସର ପ୍ରତ୍ୟୁଷା ତାଙ୍କ ସୃଜନଶୀଳ ବିବାହ ନିମନ୍ତ୍ରଣ ରେ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବିଶାଖାରେ ଅବସ୍ଥିତ ପଇଦା ଇଞ୍ଜିନିୟରିଂ କଲେଜରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ପ୍ରତ୍ୟୁଷାଙ୍କ ବିବାହ ଅଗଷ୍ଟ ୨୩ ତାରିଖରେ ବିଶାଖାପାଟଣାର ଫନୀନ୍ଦ୍ରଙ୍କ ସହ ଅନୁଷ୍ଠିତ ହେବ।

“ନାର୍କେଡାମିଲିଙ୍କ ବିବାହ ନିମନ୍ତ୍ରଣ” ଶୀର୍ଷକ ନିମନ୍ତ୍ରଣ କାର୍ଡରେ ଏକକ ପ୍ରଶ୍ନର ଉତ୍ତର, ମଲ୍ଟିପୁଲ୍ ଚଏସ, ସତ୍ୟ କିମ୍ବା ଅସତ୍ଯ ଭଳି ପ୍ରଶ୍ନ ରହିଥିଲା।

ଉଦାହରଣ ସ୍ୱରୂପ, ଅତିଥିମାନଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, “ଚିତ୍ରରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କର”, ଯାହାର ସଠିକ୍ ଉତ୍ତର ଥିଲା “ବର ଫନିନ୍ଦ୍ର”।

ଦ୍ୱିତୀୟ ଫର୍ଦ୍ଦରେ ଉପସ୍ଥିତ ଲୋକଙ୍କୁ “PRATUSHA” ଏବଂ “PRATYUSHA” କେଉଁଟି ଠିକ୍ ବୋଲି ପଚରାଯାଇଥିଲା। ସେହିପରି କୁଇଜରେ ଅତିଥିମାନଙ୍କୁ ବିବାହ ତାରିଖ ଏବଂ ସମୟ ବିଷୟରେ ପଚରାଯାଇଥିଲା।

ତେବେ ସଠିକ୍ ଉତ୍ତର ୨୩ ଅଗଷ୍ଟ ୨୦୨୪ରେ ଦିଆଯିବ ବୋଲି ଉଲ୍ଲେଖ କରାଯାଇଥିଲା।

 

Comments are closed.