Latest Odisha News

ତିରୁପତି ମନ୍ଦିରର ଲଡୁ ବିବାଦ: ‘୨୧୯ଟି ମନ୍ଦିରକୁ ଅପବିତ୍ର କରାଯାଇଛି’

ଅମରାବତୀ: ତିରୁପତି ମନ୍ଦିରର ଲଡୁ (ପ୍ରସାଦ)ରେ ମାଛ ତେଲ ଓ ଘୁଷୁରୀ ଚର୍ବି ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ୧୧ ଦିନିଆ ପ୍ରାୟଶ୍ଚିତ ଯାତ୍ରାରେ ଥିବା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ “ପ୍ରାୟଶ୍ଚିତ ଦୀକ୍ଷା” ସମ୍ପର୍କରେ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି, “ଗତ ୫ ରୁ ୧୦ ବର୍ଷ ଧରି କ୍ରମାଗତ ଭାବରେ କୌଣସି ନା କୌଣସି ପ୍ରକାରର ଅପମାନ ଘଟୁଥିଲା । ପ୍ରାୟ ୨୧୯ଟି ମନ୍ଦିରକୁ ଅପବିତ୍ର କରାଯାଇଥିଲା । ରାମାତୀର୍ଥମରେ ପ୍ରଭୁ ରାମଙ୍କ ମୂର୍ତ୍ତିକୁ ଖଣ୍ଡିତ କରାଯାଇଥିଲା । ଏହା ତ କେବଳ ପ୍ରସାଦର ବିଷୟ ଅଟେ”।

“ପ୍ରାୟଶ୍ଚିତ ଦୀକ୍ଷା” ତ ସନାତନ ଧର୍ମ କୁ ଆଗକୁ ନେବା ପାଇଁ ପ୍ରତିବଦ୍ଧତା ଅଟେ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହିପରି ଘଟଣାକୁ ବିଭିନ୍ନ ସ୍ତରରେ ରୋକିବା ଏବଂ ଭିନ୍ନ ଭାବରେ ସମାଧାନ କରାଯିବା ଆବଶ୍ୟକ । ଥରେ ମୁଁ ଏହି ଦୀକ୍ଷା ଶେଷ କରିବା ପରେ ଆସନ୍ତାକାଲି ଏକ ଘୋଷଣା କରିବୁ”।

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କନକ ଦୁର୍ଗା ମନ୍ଦିର ଶୁଦ୍ଧିକରଣ ଅନୁଷ୍ଠାନରେ ଅଂଶଗ୍ରହଣ କରିଛନ୍ତି । ଏହି ସମୟରେ ଦଳର ନେତାମାନେ ମଧ୍ୟ ତାଙ୍କ ସହ ଥିଲେ । ସେ ମନ୍ଦିରର ପାହାଚକୁ ସଫା କରି ଧୋଇଦେଲେ । କଲ୍ୟାଣ ମନ୍ଦିରରେ ସାମ୍ବାଦିକମାନଙ୍କୁ କହିଛନ୍ତି, “ମୁଁ ସନାତନ ଧର୍ମ (ହିନ୍ଦୁତ୍ୱ) କୁ ଅନୁସରଣ କରେ । ଆମେ ରାମଙ୍କର ଭକ୍ତ ଅଟୁ ଏବଂ ଆମ ଘରେ ରାମଙ୍କ ନାମ ଜପ କରିଥାଉ ।

”ସେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଭଳି ସମସ୍ତ ଧର୍ମ ସମାନ ଭାବରେ ସମ୍ମାନିତ ।

Leave A Reply

Your email address will not be published.