Latest Odisha News

BREAKING NEWS

୧୧୮ କୋଟି ଲାଞ୍ଚ ନେବା ଅଭିଯୋଗ, ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ଝୁଲୁଛି କି ଗିରଫଦାରିର ଖଣ୍ଡା?

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଘାରିଲା ଗରିଫ ଭୟ। ନିଜକୁ ଅସୁରକ୍ଷିତ ଭାବୁଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ। ଆଗାମୀ କିଛି ଦିନ ମଧ୍ୟରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରୁଛନ୍ତି ଚନ୍ଦ୍ରବାବୁ। ଅନନ୍ତପୁର ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ନିଜର ଗିରଫ ହେବା ନେଇ ଏପରି ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି।

ଲାଞ୍ଚ ନେବା ଅଭିଯୋଗରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଆୟକର ବିଭାଗ ନୋଟିସ ପଠାଇବା ପରେ ନେତାଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଅନ୍ୟପଟେ ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସରକାର ତାଙ୍କୁ ଫସାଇବା ପାଇଁ ଏପରି ରାଜନୀତି କରୁଥିବା ଅଭିଯୋଗ କରିଛି ଟିଡିପି।

ସୂଚନା ଥାଉକି, ଏକ ରାଲିକୁ ସମ୍ବୋଧିତ କରିବା ବେଳେ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, “ଆଜି କିମ୍ବା ଆସନ୍ତାକାଲି ସେମାନେ ମୋତେ ଗିରଫ କରିପାରନ୍ତି କିମ୍ବା ମୋତେ ଆକ୍ରମଣ କରାଯାଇପାରେ। ଆମକୁ କେବଳ ଥରେ ନୁହେଁ ବରଂ ଅନେକ ଥର ଅତ୍ୟାଚାର କରିଛନ୍ତି। ମୋ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ। ମିଥ୍ୟା ମାମଲା ରୁଜୁ କରାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସଆର ରେଡ୍ଡୀ ମଧ୍ୟ ମୋ ବିରୋଧରେ ଅନେକ ମାମଲା ରୁଜୁ କରିଥିଲେ। କିନ୍ତୁ କୌଣସି ଅଭିଯୋଗ ପ୍ରମାଣିତ ହୋଇପାରିଲା ନାହିଁ। ଆସନ୍ତା ନିର୍ବାଚନରେ ​​ଆମ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ସମସ୍ତ ଅତ୍ୟାଚାର ବନ୍ଦ ହୋଇଯିବ।”

୨୦୧୪ ରୁ ୨୦୧୯ ମଧ୍ୟରେ ଅନେକ ଦୁର୍ନୀତି ହୋଇଛି। ଏହି ଦୁର୍ନୀତି ମାମଲାରେ ଆୟକର ବିଭାଗ ତାଙ୍କୁ ଏକ ନୋଟିସ ପଠାଇଛି। ଅଭିଯୋଗ ହୋଇଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କର ଆୟ ୧୧୮ କୋଟି ଟଙ୍କା ରହିଛି। ସେତେବେଳେ ରାଜ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଥିଲା ଏବଂ ସେ କିଛି କମ୍ପାନୀରୁ ଚୁକ୍ତିନାମା ପାଇଥିଲେ। ଆସନ୍ତା ବର୍ଷ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଉଭୟ ଦଳର ରଜନୀତି ତୀବ୍ର ହେବାରେ ଲାଗିଛି।

Leave A Reply

Your email address will not be published.