Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ଧକ୍କାରେ ଚାଲିଗଲା ୨ଜଣଙ୍କ ଜୀବନ

ଅତାବିରା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ୨ଜଣଙ୍କ ଜୀବନ । ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଆନନ୍ଦ ମଣ୍ତପ ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଆନନ୍ଦ ୫୩ ନମ୍ବର ଜାତୀୟ ରାଜପଥରେ NL01AB 8670 ନମ୍ବର ଥିବା ଏକ ଟ୍ରକ ବରଗଡରୁ ସମ୍ବଲପୁର ଯାଉଥିବା ସମୟରେ କୋବେଟା ସୋରୁମ ସମ୍ମୁଖରେ ଛିଡା ହୋଇଥିବା ଏକ କାରକୁ ଓ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତକ ମାନେ ହେଲେ ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେହେରା ଗ୍ରାମର ଚିକୁ ସାହୁ ଓ ନାରାୟଣ ସେଟ l

Leave A Reply

Your email address will not be published.