Latest Odisha News

BREAKING NEWS

୪୦ ମାଙ୍କଡଙ୍କ ମୃତ ଦେହ ଉଦ୍ଧାର, ଖାଦ୍ୟରେ ବିଷ ଦିଆଯାଇଥିବା ସନ୍ଦେହ

ଅମରାବତୀ: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୪୦ ମାଙ୍କଡଙ୍କ ମୃତ୍ୟୁ। ମାଙ୍କଡ ଗୁଡିକ ପ୍ରଥମେ ବେହୋସ ହୋଇ ପଡିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏତେ ସଂଖ୍ୟାରେ ମାଙ୍କଡ ପ୍ରାଣ ହରାଇବା ପଛରେ ତାଙ୍କ ଖାଦ୍ୟରେ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଓଡ଼ିଶାର କିଛି ଲୋକଙ୍କ ସଂପୃକ୍ତି ଥିବା ତଦନ୍ତ ଅଧିକାରୀ ସନ୍ଦେହ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ମାଙ୍କଡ଼ ବେହୋସ ହୋଇ ପଡ଼ିଥିଲେ। ଏହାଦେଖି ସେମାନେ ମାଙ୍କଡ ଗୁଡିକୁ ଖାଇବାକୁ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଖାଇବା ସ୍ଥିତିରେ ନଥିଲେ। ମାଙ୍କଡମାନଙ୍କୁ ଦେଖି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ସେମାନେ ବିଷାକ୍ତ ଖାଦ୍ୟ ଖାଇଥାଇ ପାରନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ ୪୦ ମାଙ୍କଡର ମୃତଦେହର ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏମାନଙ୍କ ବ୍ୟତୀତ ପଶୁ ଅଧିନିୟମ ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବନବିଭାଗର ଜଣେ ଅଧିକାରୀ ମୁର୍ଲି କୃଷ୍ଣା କହିଛନ୍ତି ଯେ ଜିଲ୍ଲାରେ ଆମେ ଏପରି ଘଟଣା କେବେ ଦେଖି ନ ଥିଲୁ। କେହିଜଣେ ମାଙ୍କଡମାନଙ୍କୁ ଗାଁରୁ ଟ୍ରାକ୍ଟରରୁ ଆଣି ଜଙ୍ଗଲ ଅଞ୍ଚଳରେ ଛାଡି ଦେଇଥିଲେ। ଏହି ଘଟଣାରେ ପ୍ରାୟ ୪୦ ରୁ ୪୫ ମାଙ୍କଡ ମୃତ୍ୟୁ ହୋଇଛି।

ବିଭାଗୀୟ ଅଧିକାରୀ ଆହୁରି କହିଛନ୍ତି, ମାଙ୍କଡଙ୍କର ପୋଷ୍ଟମର୍ଟମ ରିପୋର୍ଟ ୫ ଦିନରେ ଆସିବ। ଘଟଣାର ତଦନ୍ତ କରାଯାଉଛି। ଅପରାଧୀମାନେ ଶୀଘ୍ର ଧରାପଡ଼ିବେ। ଜଣେ ଅଧିକାରୀ କହିଛନ୍ତି, ଆମେ ନିକଟ ଗାଁରେ ଏହି ମାମଲାର ତଦନ୍ତ କରୁଛୁ। ଆମେ ପୋଲିସ ସହାୟତାରେ ଦୋଷୀମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛୁ। ଓଡିଶାର ଲୋକଙ୍କ ସମ୍ପୃକ୍ତିକୁ ଏଡ଼ାଇ ଦେଇ ପାରିବୁ ନାହିଁ। କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ ଓଡିଶାର କିଛି ଲୋକ ମୃତ ମାଙ୍କଡମାନଙ୍କୁ ଫିଙ୍ଗି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ମୃତ ମାଙ୍କଡମାନଙ୍କର ପୋଷ୍ଟମର୍ଟମ କରାଯାଇଥିଲା ଏବଂ ସମସ୍ତ ୪୫ ମାଙ୍କଡଙ୍କୁ ରାଜସ୍ୱ ଏବଂ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ପୋତି ଦିଆଯାଇଥିଲା। ଅନ୍ୟ ଜଣେ ବନ ଅଧିକାରୀ କହିଛନ୍ତି ଯେ ମାଙ୍କଡ ମୃତ୍ୟୁର ପ୍ରକୃତ କାରଣ କେବଳ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ। ଏହି ମାମଲାରେ ଅପରାଧୀଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିବା ସୂଚନା ରହିଛି।

Leave A Reply

Your email address will not be published.