Latest Odisha News

BREAKING NEWS

ଜଗନ୍ନାଥ ସଂସ୍କୃତି, ଐତିହ୍ୟକୁ ଧ୍ଵଂସ କରି ପୂର୍ବ ସରକାର କରିଥିବା ମହାପାପର ଦଣ୍ଡ ତାଙ୍କୁ ମିଳିଛି: ହରିଚନ୍ଦନ

ପୁରୀ: ପୁରୀ ଶ୍ରୀମନ୍ଦିର ଗସ୍ତରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଚାରିଦ୍ୱାର ଖୋଲିବା ନେଇ ଖୁବ୍ ଖୁସି ବ୍ୟକ୍ତ କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ଵଂସ କରିବାର ଦଣ୍ଡ ପୂର୍ବ ସରକାର ପାଇଛନ୍ତି ବୋଲି କହିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ।

ଜଗନ୍ନାଥ ସଂସ୍କୃତି, ଐତିହ୍ୟକୁ ଧ୍ଵଂସ କରି ପୂର୍ବ ସରକାର ଯେଉଁ ମହାପାପ କରିଥିଲେ ତାହାର ଦଣ୍ଡ ତାଙ୍କୁ ମିଳିଛି ବୋଲି ସିଧାସଳଖ କହିଛନ୍ତି ହରିଚନ୍ଦନ । ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ହେଉଛି ମହାପାପ, ନୂତନ ସରକାର ଜଗନ୍ନାଥ ସଂସ୍କୃତିରେ ସେଭଳି ଭୂଲ କରିନାହିଁ। ସମଗ୍ର ବିଶ୍ବରୁ ଲୋକେ ଜଗନ୍ନାଥ ଦର୍ଶନ କରିବାକୁ ଆସନ୍ତି, ଜଗନ୍ନାଥ ନଥିଲେ ପ୍ରକଳ୍ପକୁ ଛେଳି କୁକୁର ବି ଆସିବେନି ବୋଲି କହିଛନ୍ତି ହରିଚନ୍ଦନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀରାମ ମନ୍ଦିର ପାଇଁ ୫୦୦ ବର୍ଷର ସଂଘର୍ଷକୁ ତୁଳନା କରିବା ପାଇଁ ଜଗନ୍ନାଥ ୫୦୦ ବର୍ଷ କାଳ ପ୍ରକଳ୍ପକୁ ଅପେକ୍ଷା କରିଛନ୍ତି ବୋଲି ଗୋଟିଏ ପ୍ରଚାର କରିଥିଲେ ପୂର୍ବ ରାଜ୍ୟ ସରକାର । ମଠ ମନ୍ଦିର ଧ୍ଵଂସ କରି ଭୋଗ ସ୍ଥଳୀ ବା ପର୍ଯ୍ୟଟନ କ୍ଷେତ୍ର କରିବାକୁ ଯେଉଁମାନେ ଇଛା କରିଥିଲେ ସେମାନେ କିଛିଦିନ ପାଇଁ ନିଜକୁ ସର୍ବେସର୍ବା ଭାବିଥିଲେ । ପ୍ରକୃତରେ ସେମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଅଜ୍ଞ । ମଠ ମନ୍ଦିର ଧ୍ଵଂସ କରି, ଐତିହ୍ୟ ଧ୍ଵଂସ କରି କୌଣସି ସରକାର ପ୍ରକଳ୍ପ କରେନାହିଁ ବରଂ ସଂରକ୍ଷଣ କରେ । ମଠ ଐତିହ୍ୟ ଓ ରଘୁନନ୍ଦନ ଲାଇବ୍ରେରୀ ସଂରକ୍ଷଣ ନକରି ତାକୁ ଭାଙ୍ଗିଦେବାର ଭୂଲ କରିଥିଲେ ପୂର୍ବ ସରକାର । ଚାରିଦ୍ଵାର ଖୋଲି ସାରିଛି ଏବେ ଅନ୍ୟ ସଂସ୍କାର ଗୁଡ଼ିକ ସମୟ କ୍ରମେ ହେବ ବୋଲି କହିଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ।

Leave A Reply

Your email address will not be published.