Latest Odisha News

BREAKING NEWS

ଆନ୍ଧ୍ର ଓ ତାମିଲନାଡୁରେ ବର୍ଷା ବିତ୍ପାତ; ପାଣିରେ ଭାସୁଛି ଶବ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର YSR କୁଡାପା ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ବନ୍ୟା ଜଳ ରାସ୍ତାକୁ ମାଡିଯିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି।

ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା ଲୋକଙ୍କ ଅସ୍ତବ୍ୟସ୍ତ କରିଦେଇଛି। ଘର ଭୁଶୁଡ଼ିବା କାରଣରୁ ଅନେକ ଲୋକ ମୃତ୍ୟୁବରଣ କରୁଥିବା ମଧ୍ୟ ଜଣାପଡ଼ିଛି। ତେବେ ସବରିମାଲା ମନ୍ଦିର ମଧ୍ୟ ଗୋଟିଏ ଦିନ ପାଇଁ ବନ୍ଦ ରହିଛି। ଆନ୍ଧ୍ରପ୍ରଦେଶର ଖରାପ ପରିସ୍ଥିତି ଦେଖି ପ୍ରଧାନମନ୍ତ୍ରୀ ମୋଦୀ ସିଏମଙ୍କ ସହ ଆଲୋଚନା କରିଛନ୍ତି।

ପ୍ରବଳ ବର୍ଷା ହେତୁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଶ୍ରୀ ରେଡ୍ଡୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ସହାୟତା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.